ବିବାହ ବାର୍ଷିକୀରେ ଦମ୍ପତିଙ୍କ ସହ ନାଚିଲା ସେମାନଙ୍କ ପୋଷ୍ୟ କୁକୁର, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଯାହାକୁ ଦେଖି ଆପଣ ନିଜର ହସ ରୋକିପାରିବେ ନାହିଁ। ଜଣେ ଦମ୍ପତିଙ୍କ ବିବାହ ବାର୍ଷିକୀରେ ଏକ ପୋଷା କୁକୁର ସେମାନଙ୍କ ସହ ନାଚୁଥିବା ବେଳର ଦୃଶ୍ୟ ଇଣ୍ଟରନେଟରେ ଭାଇରାଲ୍ ହୋଇଛି।

ଭିଡିଓଟିକୁ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି ଟ୍ବିଟର୍ ବ୍ୟବହାରକାରୀ ଫ୍ରେଡ୍ ସ୍କୁଲଟଜ୍। ସେ ଭିଡିଓଟିକୁ ସେୟାର କରି ଲେଖିଛନ୍ତି, ‘ହେଇ, ମୋ‌ତେ ଭୁଲନାହିଁ।’

 

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଦମ୍ପତି ସେମାନଙ୍କ ବିବାହ ବାର୍ଷିକୀ ଉତ୍ସବରେ ପରସ୍ପରଙ୍କ ସହ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ଠିକ୍ ସେତିକି ବେଳେ ସେମାନଙ୍କ ପୋଷା କୁକୁର ଯାଇ ଦମ୍ପତିଙ୍କ ମଝିରେ ପଶୁଛି। ମୋତେ ବି ନୃତ୍ୟରେ ସାମିଲ୍ କରାଅ ବୋଲି ଇଙ୍ଗିତ ଦେଉଛି। ଦମ୍ପତି ସେମାନଙ୍କ କୁକୁରର ଆଚରଣ ଦେଖି ନିଜ ହସ ରୋକି ପାରୁନାହାନ୍ତି। ସେମାନେ ସେମାନଙ୍କ ପୋଷ୍ୟ କୁକୁରକୁ ନିଜ ନୃତ୍ୟରେ ସାମିଲ୍ କରୁଛନ୍ତି। କୁକୁରଟି ଖୁସି ମନରେ ସେମାନଙ୍କ ସହ ନାଚୁଥିବା ଭିଡିଓରେ ଦେଖିବାକୁ ମିଳିଛି।

The post ବିବାହ ବାର୍ଷିକୀରେ ଦମ୍ପତିଙ୍କ ସହ ନାଚିଲା ସେମାନଙ୍କ ପୋଷ୍ୟ କୁକୁର, ଭିଡିଓ ଭାଇରାଲ୍ first appeared on Sambad.

from ବିଶେଷ | Sambad https://ift.tt/3yLlR40

Post a Comment

0 Comments