
କଥାରେ ଅଛି ‘ବହୁତ ଗପିବାରେ ଅସୁବିଧା ନାହିଁ; ମାତ୍ର ଅଳ୍ପ ଗପି ବହୁତ କିଛି କହିଦେବାରେ ଅସୁବିଧା ଅଛି’। ସଂସାରରେ ବିିଭିନ୍ନ ପ୍ରକାରର ଲୋକ ଅଛନ୍ତି। କେହି କେହି ଖୁବ୍ ଗପୁଡ଼ା ସ୍ୱଭାବର ହୋଇଥାନ୍ତି। ସେମାନେ ଗପରେ ଗପରେ ନିଜର ଗୋପନ କଥାକୁ ବି କହିପକାନ୍ତି। ଆଉ ଏକ ଶ୍ରେଣୀର ଲୋକ ଥାଆନ୍ତି, ଯେଉଁମାନେ କି ବିଶେଷ ଗପିବା ପାଇଁ ପସନ୍ଦ କରନ୍ତି ନାହିଁ। ଅନ୍ୟ ଏକ ଶ୍ରେଣୀର ଲୋକ ବହୁତ ଗପି ମଧ୍ୟ ନିଜର ଗୁପ୍ତ କଥାକୁ ଗୋପନ ରଖନ୍ତି। ପୁଣି କେହି କେହି ଖୁବ୍ କମ୍ ଗପି ମଧ୍ୟ ଗୋପନ କଥାକୁ ପ୍ରକାଶ କରିପକାନ୍ତି। ଆପଣ କିନ୍ତୁ ଜାଣିରଖନ୍ତୁ ଯେ କେଉଁ ସ୍ଥାନରେ କେଉଁ କଥା କହିବେ ନାହିଁ ବା କାହା ଆଗରେ କେଉ କଥା କହିବେ ନାହିଁ।
ଆପଣ ନିଜ ବନ୍ଧୁଙ୍କ ସହ ଯଦି ସବୁକିଛି ବାଣ୍ଟନ୍ତି ତେବେ ଖୁବ୍ ଭଲ କଥା। ମାତ୍ର ମନେ ରଖନ୍ତୁ ବନ୍ଧୁଙ୍କ ସମ୍ମୁଖରେ କେବେ ବି ନିଜର ଅପମାନ କହିବେ ନାହିଁ।
ଯୁବତୀମାନଙ୍କ ପାଇଁ ପରାମର୍ଶ ହେଉଛି ସେମାନେ ଶାଶୂଘରକୁ ଗଲା ପରେ ନିଜ ବାପଘରରର ଦୁର୍ବଳତା କେଉଁ ବି ପରିସ୍ଥିତିରେ ପ୍ରକାଶ କରିବେ ନାହିଁ।
ଆପଣଙ୍କ ସମସ୍ୟାର ସମାଧାନ କରିପାରୁନଥିବା ବ୍ୟକ୍ତିଙ୍କ ସମ୍ମୁଖରେ ନିଜର ସମସ୍ୟା ହିଁ କୁହନ୍ତୁ ନାହିଁ।
ଶିକ୍ଷକଙ୍କ ସମ୍ମୁଖରେ କେବେ ବି ନିଜେ ଖୁବ୍ ବିଦ୍ୱାନ ବୋଲି ଗର୍ବ କରି କହିବା ଛାତ୍ରଛାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଥାଏ। ସେପରି କହନ୍ତୁ ନାହିଁ।
ଆପଣଙ୍କ ଭିତରେ ଠୁଳ ବାନ୍ଧି ଥିବା ଭୟ କେବେ ବି ନିଜର ଶତ୍ରୁକୁ କହନ୍ତୁ ନାହିଁ।
ନିଜ ସଂପର୍କରେ କୌଣସି ଗୋପନ କଥା ପରିବାରର ବାହାରର ଲୋକଙ୍କୁ କହନ୍ତୁ ନାହିଁ।
ନିଜର ରୋଜଗାର ସଂପର୍କରେ ପତ୍ନୀ କିମ୍ବା ଶଶୂରଘର ଲୋକଙ୍କୁ କହନ୍ତୁ ନାହିଁ।
ସାନମାନଙ୍କ ଆଗରେ ନିଜର ବିଫଳତା ସଂପର୍କରେ କୌଣସି ବି ପରିସ୍ଥିିତିରେ କୁହନ୍ତୁ ନାହିଁ।
ଅନ୍ୟ କେହି ମହିଳା ଆପଣଙ୍କୁ ଖୁବ୍ ଶ୍ରଦ୍ଧା କରନ୍ତି ବୋଲି ନିଜ ମାଆଙ୍କ ସମ୍ମୁଖରେ କୁହନ୍ତୁ ନାହିଁ।
ନିଜର ଶକ୍ତି ଓ ସାମର୍ଥ୍ୟ ସଂପର୍କରେ ପିଲାମାନଙ୍କୁ କୁହନ୍ତୁ ନାହିଁ।
The post ମହିଳାମାନେ ଶଶୁରଘରେ ବାପଘର ଦୁର୍ବଳତା କହିବା ମନା, ଜାଣନ୍ତୁ ସ୍ବାମୀମାନେ କେଉଁ କଥା ପତ୍ନୀଙ୍କୁ କହିବେ ନାହିଁ? first appeared on Sambad.from ବିଶେଷ | Sambad https://ift.tt/3fM5ETa
0 Comments