
ନୂଆଦିଲ୍ଲୀ: ଦେଶରେ କରୋନା ମହାମରୀ ଏବେ ଭୟାନକ ରୂପ ନେବାରେ ଲାଗିଛି । ଏହି ମହାମାରୀ ଭିତରେ ଛନ୍ଦି ହୋଇଯାଇଛନ୍ତି ଦେଶର ସମସ୍ତ ଲୋକ । ସେ ଗରୀବ ହେଉ କି ଧନୀ ସେ ନେତା ହେଉ କି ଅଭିନେତା କରେନାର କାଳ ଗ୍ରାସ ଭିତରେ ପଡି ସମସ୍ତେ ହନ୍ତସନ୍ତ ହେବାରେ ଲାଗିଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ଏକ ରୋଚକ ଭିଡିଓ । ଯେଉଁ ଭିଡିଓକୁ ଦେଖିବା ପରେ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ଭିଡିଓରେ ଦେଖା ଯାଉଛି କି, ଏକ କୋଭିଡ ହସ୍ପିଟାଲ ଭିତରେ ଜଣେ କରୋନା ଆକ୍ରାନ୍ତ ଝାଡୁ ମାରୁଛନ୍ତି । ଝାଡୁ ମାରୁଥିବା ଲୋକ ଜଣକ ହେଉଛନ୍ତି ମିଜୋରମ ସରକାରରେ ମନ୍ତ୍ରୀ ଥିବା ଲାଲଜର୍ଲିୟାନା । କୁହାଯାଉଛି କି ସେ କରୋନାରେ ସଂକ୍ରମିତ ହୋଇ ସେହି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ଭିଡିଓ ଭାଇରାଲ ହେବା ପରେ ଏହାକୁ ଦେଖୁଥିବା ସମସ୍ତ ଲୋକ ଲାଲଜର୍ଲିୟାନାଙ୍କୁ ପ୍ରଶଂସା କରିଛନ୍ତି ।
୭୧ ବର୍ଷିୟ ଲାଲଜର୍ଲିୟାନା ମିଜୋରମ ସରକାରରେ ଶକ୍ତି ଏବଂ ବିଦ୍ୟୁତ୍ ବିଭାଗ ମନ୍ତ୍ରୀ ଅଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି ସେ ମେଡିକାଲ ଗାଉନ ପିନ୍ଧି ହାତରେ ଝାଡୁ ଧରି ମେଡିକାଲର ଚଟାଣ ସଫା କରୁଛନ୍ତି । ଏହି ମେଡିକାଲ ନାମ ଜୋରାମ ମେଡିକାଲ କଲେଜ । ଏବେବି ସେଠାରେ ମନ୍ତ୍ରୀ ଜଣଙ୍କ ନିଜ ପତ୍ନୀ ଓ ପୁଅ ସହିତ ଚିକିତ୍ସିତ ହେଉଛନ୍ତି ।
And there are politicians like R Lalzirliana, the power minister of #Mizoram, who was seen mopping the floor of the Covid ward where he is recovering after testing positive.#Aizawl #Northeast pic.twitter.com/IoBhvJB0us
— Anupam Bordoloi (@asomputra) May 14, 2021
ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ଲାଲଜର୍ଲିୟାନା ଜଣେ ସଫେଇ କର୍ମଚାରୀଙ୍କୁ ମେଡିକାଲ ଚଟାଣ ସଫା କରିବାକୁ କହିଥିଲେ । ହେଲେ ସେ କିଛି ପ୍ରତିକ୍ରିୟା ନ ଦେବାରୁ ଲାଲଜର୍ଲିୟାନା ଏଭଳି କରିଛନ୍ତି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ମନ୍ତ୍ରୀ କହିଛନ୍ତି କି ମେଡିକାଲ କର୍ମଚାରୀଙ୍କୁ ଅସମ୍ମାନିତ କରିବା ଉଦ୍ଦେଶ୍ୟରେ ସେ ଏଭଳି କରି ନାହାନ୍ତି ।
ଲାଲଜର୍ଲିୟାନା କହିଛନ୍ତି କି ଝାଡୁ କରିବା ବା ଘରର କାମ କରିବା ତାଙ୍କ ପାଇଁ କିଛି ନୂଆ କଥା ନୁହେଁ । ମୁଁ ଏହି କାମ ଘରେ ଓ ଅନ୍ୟ ଯେଉଁଠି ଆବଶ୍ୟକ ପଡେ ସେଠାରେ କରିଥାଏ ବୋଲି ସେ କହିଛନ୍ତି । ଏହାସହ ସେ ମେଡିକାଲରେ ପହଂଚିବା ପରେ କୌଣସି ଭିଆଇପି ଟ୍ରିଟମେଣ୍ଟ ମଧ୍ୟ ନେଇ ନଥିବା କଥା କହିଛନ୍ତି ।
The post କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ହସ୍ପିଟାଲର ଚଟାଣ ସଫା କଲେ ମନ୍ତ୍ରୀ, ସଲ୍ୟୁଟ କଲେ ଲୋକେ first appeared on Sambad.from ବିଶେଷ | Sambad https://ift.tt/3ohykaC
0 Comments