
ଶ୍ରୀନଗର: ଗୋଟିଏ ଘୋଡା ଓ ତିନି ଜଣ ରଥି | କିଛି ଏଭଳି ଅଜବଗଜବ ପ୍ରତିମୂର୍ତ୍ତି କେବେ ଦେଖିଛନ୍ତି କି? ଯଦି ନା, ତେବେ ଭାରତ ଏବଂ ପାକିସ୍ଥାନ ସୀମାରେ ଥିବା ହିମାଳୟରେ ଖୋଳିବାବେଳେ ପ୍ରତ୍ନତତ୍ତ୍ୱବିତମାନେ ପାଖାପାଖି ୨୦୦ ରୁ ଅଧିକ ସୁନ୍ଦର ଏବଂ ଅନନ୍ୟ ମଧ୍ୟଯୁଗୀୟ ଅଶ୍ୱାରୋହୀ ମୂର୍ତ୍ତି ଦେଖିବାକୁ ପାଇଛନ୍ତି |
ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ ସେମାନଙ୍କର ଚମତ୍କାର ଫଳାଫଳ ରହିଛି। ଆବିଷ୍କାରଗୁଡିକ ଅତ୍ୟନ୍ତ ଚମତ୍କାର ହୋଇଥିବାବେଳେ ଏଠାରେ ପ୍ରାୟ ୨୦୦ ପଥର ଅଶ୍ୱାରୋହୀଙ୍କୁ ଦେଖିବାକୁ ମିଳିଥିଲା ଏବଂ ସେମାନଙ୍କର ବିଶେଷତା ହେଉଛି ଯେ ଜଣେ ବ୍ୟକ୍ତି ଘୋଡା ଉପରେ ବସି ନାହାଁନ୍ତି, ବରଂ ଗୋଟିଏ ଘୋଡା ଉପରେ ଦୁଇ, ତିନି କିମ୍ବା ଚାରି ଜଣ ବସିଛନ୍ତି | ଯାହାକି କିଛି ରହସ୍ୟ ସୃଷ୍ଟି କରୁଛି | ଏହି ସମସ୍ତ ମୂର୍ତ୍ତିଗୁଡ଼ିକ ଖୁବ ସୁନ୍ଦର ଭାବରେ ନିର୍ମାଣ କରାଯାଇଥିବାବେଳେ ଏଗୁଡିକ କିଏ ଓ କାହିଁକି ନିର୍ମାଣ କରାଇଥିଲେ ସେ ବାବଦରେ ଜଣାପଡିନାହିଁ |
ମଧ୍ୟଯୁଗୀୟ ପଥର ମୂର୍ତ୍ତିଗୁଡ଼ିକ ସମାନ ଶୈଳୀରେ ନିର୍ମିତ ହୋଇଥିଲା, କିନ୍ତୁ ଏହି ମୂର୍ତ୍ତି ପଚାର ରହସ୍ୟ କଣ ତାହା ଜଣାପଡିନାହିଁ | ପ୍ରତ୍ନତତ୍ତ୍ୱବିତମାନେ କହିଛନ୍ତି ଯେ ମଧ୍ୟଯୁଗରେ ଅଶ୍ୱାରୋହୀମାନେ ତିଆରି ହୋଇଥିଲେ ମଧ୍ୟ ଭାରତରେ ଏହିପରି କୌଣସି ଜିନିଷ ଆବିଷ୍କୃତ ହୋଇ ନ ଥିବାରୁ ସୃଷ୍ଟିକର୍ତ୍ତା କିଏ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ।
The post ଭାରତ-ପାକିସ୍ତାନ ସୀମାରେ କିଏ ରଖିଥିଲା ଏହି ଘୋଡା ମୂର୍ତ୍ତି, ମିଳିପାରୁନି ତଥ୍ୟ first appeared on Sambad.from ବିଶେଷ | Sambad https://ift.tt/3yo1mtY
0 Comments