ମାସ୍କ୍‌ ଯୋଗୁଁ ଶ୍ବାସରୋଗୀଙ୍କ ସଂଖ୍ୟା ୬୫% ହ୍ରାସ

କଟକ : କୋଭିଡ୍‌ ସଂକ୍ରମଣ ଏଡ଼ାଇବା ପାଇଁ ମାସ୍କ୍‌ର ବହୁଳ ବ୍ୟବହାର ଯୋଗୁଁ ଗୁରୁତର ଶ୍ବାସ ରୋଗୀଙ୍କ ସଂଖ୍ୟାରେ ବିପୁଳ ହ୍ରାସ ପରିଲକ୍ଷିତ ହୋଇଛି। ହସ୍‌ପିଟାଲରେ ଭର୍ତ୍ତି ହେବା ଭଳି ସ୍ଥିତିକୁ ଆସୁଥିବା ରୋଗୀଙ୍କ ସଂଖ୍ୟାରେ ୬୫ ପ୍ରତିଶତ ହ୍ରାସ ହୋଇଥିବା ଏକ ତଥ୍ୟରୁ ଜଣାପଡ଼ିଛି। ମୁହଁରେ ମାସ୍କ ଲଗାଯିବା ଯୋଗୁଁ ଗତବର୍ଷ ଫ୍ଲୁ ଭୂତାଣୁ ସଂକ୍ରମଣକୁ କମ୍‌ କରାଯାଇପାରିଥିବା ଇସ୍ରାଏଲ୍‌ର ସେବା ମେଡିକାଲ ସେଣ୍ଟର୍‌ର ବୈଜ୍ଞାନିକମାନେ ମତ ଦେଇଛନ୍ତି।

ମାସ୍କ ପିନ୍ଧିବା ଦ୍ବାରା ଲୋକମାନେ ଋତୁକାଳୀନ ଆଲର୍ଜିଠାରୁ ମଧ୍ୟ ଦୂରେଇ ରହିପାରୁଛନ୍ତି। ନାକ ଓ ପାଟିର ସିଧାସଳଖ ସଂପର୍କରେ ଆସୁଥିବା ଫୁଲ, ଗଛ, ଘାସ ଇତ୍ୟାଦି ମାସ୍କକୁ ପାର୍‌ କରିଯିବା ସମ୍ଭବ ହେଉନି। ନିକଟରେ ଇସ୍ରାଏଲ ସରକାର ମାସ୍କ ପିନ୍ଧିବା କଟକଣାକୁ ଉଠାଇ ଦେଇଥିଲାବେଳେ ସର୍ବସାଧାରଣ ସ୍ଥାନମାନଙ୍କରେ କଟକଣା ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି। ଏଥି ସହ ବାହାରେ ହେଉଥିବା କୌଣସି ବଡ଼ ସମାବେଶରେ ଯୋଗଦେଉଥିଲେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ମାସ୍କ ପିନ୍ଧିବା ଦ୍ବାରା ଚଳିତ ବର୍ଷ ମଧ୍ୟ ଫ୍ଲୁ ସଂକ୍ରମଣରେ ହ୍ରାସ ହୋଇଛି। ଯାହାଫଳରେ ସ୍ବିଜରଲାଣ୍ଡର ଦୁଇ ବୃହତ୍‌ ଔଷଧ ବିକ୍ରୟ ସଂସ୍ଥା ନୋଭାର୍ଟିସ ଓ ରୋଚ ମଧ୍ୟ ବର୍ଷର ପ୍ରଥମ ଭା‌ଗରେ ଆଖିଦୃଶିଆ ଲାଭାଂଶ ପାଇପାରିନାହାନ୍ତି।

The post ମାସ୍କ୍‌ ଯୋଗୁଁ ଶ୍ବାସରୋଗୀଙ୍କ ସଂଖ୍ୟା ୬୫% ହ୍ରାସ first appeared on Sambad.

from ବିଶେଷ | Sambad https://ift.tt/3b5C9KI

Post a Comment

0 Comments