‘ହୁ’ର ଟିକା ତାଲିକାରେ ନାହିଁ ‘କୋଭାକ୍ସିନ୍‌’, ଭାରତୀୟଙ୍କୁ ବିଦେଶ ଯାତ୍ରାରେ ହୋଇପାରେ ସମସ୍ୟା

‘କୋଭାକ୍ସିନ୍‌’ର ଦୁଇଟି ଡୋଜ୍ ଟିକା ନେଇଥିଲେ ମଧ୍ୟ ବିଦେଶ ଯାତ୍ରା ନେଇ ଉପୁଜିପାରେ ସମସ୍ୟା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ଟିକା ତାଲିକାରେ ଏ ପର୍ଯ୍ୟନ୍ତ ‘କୋଭାକ୍ସିନ୍’ ସାମିଲ ହୋଇନାହିଁ। ତେଣୁ ଟିକା ନେଇଥିଲେ ମଧ୍ୟ ଅନେକ ଦେଶ ଏହି ବ୍ୟକ୍ତିମାନଙ୍କୁ ନିଜ ଦେଶରେ ଅନୁମତି ନ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି। ଅନେକ ଦେଶ ନିଜର ଟିକା ନିୟନ୍ତ୍ରଣ କର୍ତୃପକ୍ଷ କିମ୍ବା ‘ହୁ’ର ଜରୁରୀକାଳୀନ ତାଲିକାରେ ଥିବା ଟିକାକୁ ବିଚାରକୁ ନେଉଛନ୍ତି। ଯେହେତୁ ‘କୋଭାକ୍ସିନ୍’ ଏହି ତାଲିକାରେ ନାହିଁ, ତେଣୁ ଭାରତୀୟଙ୍କୁ ବିଦେଶ ଯାତ୍ରାରେ ବାଧାକ ସାଜିପାରେ।

ତେବେ ଭାରତ-ବାଇଓଟେକ୍ ଦ୍ବାରା ପ୍ରସ୍ତୁତ ‘କୋଭାକ୍ସିନ୍’ ନିକଟରେ ଏକ୍ସପ୍ରେସନ୍‌ ଅଫ ଇଣ୍ଟରେଷ୍ଟ ବା ଇଓଆଇ ‘ହୁ’ରେ ଦାଖଲ କରିଛି। ହେଲେ ଏଥିପାଇଁ ଅଧିକ କାଗଜପତ୍ରର ଆବଶ୍ୟକତା ଥିବା ‘ହୁ’ ଦର୍ଶାଇଛି। ମେ’, ଜୁନ୍ ମାସରେ ଏହାର ବୈଠକ ରହିଛି। କମ୍ପାନି ଟିକା ସଂପର୍କିତ ଡସିଅର୍‌ ଦାଖଲ କରିବାକୁ ହେବ। ତେବେ ‘ହୁ’ର ଟିକା ତାଲିକାରେ ସାମିଲ ହେବା ଲାଗି ‘କୋଭାକ୍ସିନ୍’କୁ କିଛି ସପ୍ତାହ ଲାଗିପାରେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ‘ହୁ’ର ଏ ପର୍ଯ୍ୟନ୍ତ ଜରୁରୀକାଳୀନ ତାଲିକାରେ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ ‘କୋଭିସିଲ୍‌ଡ’, ମଡର୍ଣ୍ଣା, ଫାଇଜର, ଆଷ୍ଟ୍ରାଜେନିକା, ଜନସନ୍(ଆମେରିକା ଓ ନେଦରଲାଣ୍ଡ) ଓ ସିନୋଫାର୍ମ/ବିବିଆଇପି ରହିଛି।

The post ‘ହୁ’ର ଟିକା ତାଲିକାରେ ନାହିଁ ‘କୋଭାକ୍ସିନ୍‌’, ଭାରତୀୟଙ୍କୁ ବିଦେଶ ଯାତ୍ରାରେ ହୋଇପାରେ ସମସ୍ୟା first appeared on Sambad.

from ବିଶେଷ | Sambad https://ift.tt/3udW0hB

Post a Comment

0 Comments