ମା’ କରୋନା ରୋଗୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ଶିଶୁଟି ଟିଫିନ ବକ୍ସ ଉପରେ ଲେଖୁଥିଲା ଏଭଳି ବାର୍ତ୍ତା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ପରିସ୍ଥିତିରେ ଯିଏ ଯେମିତି ପାଉଛି କରୋନା ରୋଗୀଙ୍କ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି। ଏହି କ୍ରମରେ କୋଭିଡ-୧୯ ରୋଗୀଙ୍କ ପାଇଁ ଜଣେ ମହିଳା ଖାଦ୍ୟ ପ୍ରସ୍ତୁତ କରି ପଠାଉଥିବା ବେଳେ ଶିଶୁଟି ଉକ୍ତ ପ୍ୟାକେଟ ଉପରେ ଲେଖିଥିବା ମେସେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ ହୋଇଥିବା ଫଟୋରେ ଜଣେ ଶିଶୁ ସବୁଜ ରଙ୍ଗର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳୁଛି। ସେ ଖାଦ୍ୟ ଥଳି ଉପରେ ‘ଖୁସରେ ରୁହନ୍ତୁ’ ବୋଲି ଲେଖିଥିବା ବି ନଜରକୁ ଆସିଛି। ଏଥିସହିତ ଶିଶୁ ଜଣକ ସେଥିରେ ହସର ଏକ ଚିତ୍ର ବି ଆଙ୍କିଥିବା ଦେଖିବାକୁ ମିଳୁଛି।

ଟୁଇଟର ବ୍ୟବହାରକାରୀ@ manishsarangal1 ଏହି ଫଟୋ ସେୟାର କରିଛନ୍ତି। ଏଥିସହିତ ସେ ଲେଖିଛନ୍ତି, ଏହି ଶିଶୁଙ୍କ ମା’ କୋଭିଡ ରୋଗୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏହାପରେ ଶିଶୁ ଜଣକ ପ୍ରତ୍ୟେକ ବକ୍ସରେ ‘ଖୁସିରେ ରୁହନ୍ତୁ’ ବୋଲି ଲେଖୁଛନ୍ତି।
ଶିଶୁ ଜଣଙ୍କ ଏଭଳି କାମକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବହୁ ପସନ୍ଦ ବି କରୁଛନ୍ତି।

The post ମା’ କରୋନା ରୋଗୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ଶିଶୁଟି ଟିଫିନ ବକ୍ସ ଉପରେ ଲେଖୁଥିଲା ଏଭଳି ବାର୍ତ୍ତା first appeared on Sambad.

from ବିଶେଷ | Sambad https://ift.tt/346Iku5

Post a Comment

0 Comments