ରାଲିରେ ୫୦କିଲୋ ଓଜନର ଭାଲୁକୁ ନେଇ ପହଞ୍ଚିଥିଲେ ପ୍ରାର୍ଥୀ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାରକୁ ସଫଳ କରିବା ସହିତ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ଏମିତି ଏକ ଘଟଣା ଆମେରିକାର କାଲିଫର୍ଣ୍ଣିଆରୁ ସାମ୍ନାକୁ ଆସିଛି। ଏଠାରେ ଗଭର୍ଣ୍ଣର ଗୋବିନ ନ୍ୟୁସମଙ୍କୁ ହଟାଇବା ପାଇଁ ହେଉଥିବା ରିକଲ ନିର୍ବାଚନ ପାଇଁ ଜଣେ ରିପବ୍ଲିକାନ ପ୍ରାର୍ଥୀ ଅଦ୍ଭୁତ ରାଲି କରିଥିଲେ। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି। ରାଲିରେ ବ୍ୟବସାୟୀ ଜାନ କାକ୍ସ ଏକ ୫୦୦କିଲୋ ଓଜନର ଭାଲୁକୁ ନେଇ ପହଞ୍ଚିଥିବା ଦେଖିବାକୁ ମିଳିଥିଲା।

 

ଜାନ କାକ୍ସଙ୍କ ଏହି ରାଲି ଗତ ମଙ୍ଗଳବାର ସେକ୍ରାମେଣ୍ଟୋ ପାର୍କରେ ହୋଇଥିଲା। ରାଲିରେ ଆକର୍ଷଣ କେନ୍ଦ୍ର ବିନ୍ଦୁ ଥିଲା ତାଙ୍କ ସହିତ ଆସିଥିବା ଭାଲୁ। ଏହି ଭାଲୁ ଅନେକ ସିନେମା, ବିଜ୍ଞାପନ ଓ ଟେଲିଭିଜନ ସିରିଜରେ ନଜର ଆସିଛି। ଭାଲୁଟିର ନାମ ଟ୍ୟାଗ ରଖାଯାଇଛି।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସିଛି। କେହକେହି ଲେଖିଛନ୍ତି, ଏହା ଅତ୍ୟନ୍ତ ଲଜ୍ଜ୍ୟନୀୟ ଘଟଣା। ଭାଲୁକୁ ଏଭଳି ଶୋଷଣ କରିବା ଠିକ ନୁହେଁ। ଭାଲୁକୁ ଏକାଠ ଛାଡ଼ି ଦେବା ଉଚିତ। ସ୍ବାଧୀନ ଭାବେ ତାକୁ ବଞ୍ଚିବାକୁ ଦିଆଯାଉ।

The post ରାଲିରେ ୫୦କିଲୋ ଓଜନର ଭାଲୁକୁ ନେଇ ପହଞ୍ଚିଥିଲେ ପ୍ରାର୍ଥୀ first appeared on Sambad.

from ବିଶେଷ | Sambad https://ift.tt/3haUCcv

Post a Comment

0 Comments