ଜଣେ ପୁଲିସ କର୍ମଚାରୀ କରୋନା ଡିୟୁଟି ସମୟରେ ହ୍ୟାଣ୍ଡପମ୍ପ ମାରି ଶୋଷିଲା କୁକୁରକୁ ପିଆଉଛନ୍ତି ପାଣି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ମଜାଦାର ଓ ପ୍ରେରଣାଦାୟକ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଅନେକ ଥର ଏମିତି କିଛି ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ ଯାହାକି ଆମର ହୃଦୟକୁ ସ୍ପର୍ଶ କରିଥାଏ। ଆଉକିଛି ଫଟୋ ମାନବିକତା ଓ କର୍ତ୍ତବ୍ୟ କ’ଣ ତାହା ଶିଖାଇ ଦେଇଥାଏ।

ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯାହାକି ଲୋକଙ୍କୁ ବେଶ ପସନ୍ଦ ବି ଆସିଛି। ଏଥିସହିତ ଏହି ଫଟୋରୁ କିଛି ଶିଖିବାକୁ ବି ମିଳୁଛି।

 

ଭାଇରାଲ ହୋଇଥିବା ଫଟୋ ଟି ବାରାଣାସୀର ବୋଲି କୁହାଯାଉଛି। ଯେଉଁଥିରେ ଜଣେ ପୁଲିସ କର୍ମଚାରୀ ବୋଧହୁଏ କୋଭିଡ ଡିୟୁଟିରେ ଅଛନ୍ତି। ଆଉ ଥକି ପଡ଼ି ଚୌକିରେ ବସି ପଡ଼ିଛନ୍ତି। ଏହି ସମୟରେ ସେ ଶୋଷିଲା କୁକୁରକୁ ଦେଖି ହ୍ୟାଣ୍ଡପମ୍ପ ମାରି ଦେଇଥିଲେ। ଆଉ କୁକୁରଟି ବି ପାଣି ପାଇଁ ଆଉଟୁ ପାଉଟୁ ହେଉଥିବା ବେଳେ ହ୍ୟାଣ୍ଡପମ୍ପରୁ ପାଣି ବାହାରୁଥିବା ଦେଖି ବିକଳର ପେଟ ପୂରାଇ ପାଣି ପିଇ ଦେଉଛି।

ଏହି ଫଟୋକୁ ଆଇପିଏସ ଅଧିକାରୀ ମୁକିର୍ତି ମାଧବ ମିଶ୍ରା ନିଜ ଟୁଇଟରରେ ସେୟାର କରିଛନ୍ତି। ଫଟୋ ସହିତ ସେ ସ୍ନେହଭରା ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଯଦି କୌଣସି ମଣିଷ କୁକୁରଙ୍କୁ ଭଲ ପାଏ ତେବେ ସେ ଭଲ ମଣିଷ ହୋଇଥାଏ।’ ଏହି ଫଟୋକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରୀ ଭୁରିଭୁରି ପ୍ରଶଂସା କରିଛନ୍ତି।

 

The post ଜଣେ ପୁଲିସ କର୍ମଚାରୀ କରୋନା ଡିୟୁଟି ସମୟରେ ହ୍ୟାଣ୍ଡପମ୍ପ ମାରି ଶୋଷିଲା କୁକୁରକୁ ପିଆଉଛନ୍ତି ପାଣି first appeared on Sambad.

from ବିଶେଷ | Sambad https://ift.tt/3tyEGDm

Post a Comment

0 Comments