ଆମାଜନରୁ ଯୁବକ ଅର୍ଡର କରିଥିଲେ ମାଉଥୱାସ ଆସିଲା ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ୍ ଏବଂ ସଟଡାଉନ୍ ଭଳି କଟକଣା ଜାରି କରାଯାଇଛି । ଯେଉଁଥିପାଇଁ ଦୋକାନ ବଜାର ବନ୍ଦ ରହିଛି ଏବଂ ଲୋକମାନେ ବାହାରକୁ ବାହାରୁନାହାନ୍ତି । ଆଉ ଏଭଳି ସ୍ଥିତିରେ ଲୋକେ ଅନଲାଇନ୍ ସପିଂ ଉପରେ ଅଧିକ ନିର୍ଭର କରୁଛନ୍ତି । ଆଉ ଅନେକ ଠକେଇର ଶିକାର ହେଉଥିବା ବେଳେ ଆଉ କେତେକଙ୍କ ସହିତ ଅଦ୍ଭୁତ ଘଟଣା ଘଟୁଥିବା ଦେଖିବାକୁ ମିଳିଛି।

ନିକଟରେ ଜଣେ ବ୍ୟକ୍ତି ୪୦୦ ଟଙ୍କାର ଏକ ସାମଗ୍ରୀ ଅର୍ଡର କରି ୧୩୦୦୦ ଟଙ୍କାର ଏକ ଦମଦାର ସ୍ମାର୍ଟଫୋନ୍ ପାଇଥିବା ଖବର ସାମ୍ନାକୁ ଆସିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତି ନାମୀଦାମୀ ଇକମର୍ସ କମ୍ପାନି ଆମାଜନରୁ ମାଉଥୱାସ ଅର୍ଡର କରିଥିଲେ । ଆଉ ଯେତେବେଳେ ଅର୍ଡର ଆସି ତାଙ୍କ ପାଖରେ ପହଂଚିଥିଲା, ସେ ଅର୍ଡର ରିସିଭ କରିଥିଲେ । ଏବଂ ସେଥିରୁ ଯାହା ବାହାରିଥିଲା, ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାହିଁକି ନା ପାର୍ସଲରେ ୪୦୦ ଟଙ୍କାର ମାଉଥୱାସ ବଦଳରେ ରେଡମିର ଏକ ବ୍ରାଣ୍ଡ ନ୍ୟୁ ସ୍ମାର୍ଟଫୋନ୍ ଥିଲା । ସ୍ମାର୍ଟଫୋନର ବଜାର ମୂଲ୍ୟ ୧୩,୦୦୦ ଟଙ୍କା ହେବ ବୋଲି କୁହାଯାଉଛି।

ଲୋକେଶ କହିଛନ୍ତି, ଡେଲିଭର କରାଯାଇଥିବା ଆଇଟମ୍ ଉପରେ ପ୍ୟାକେଜ୍ ଲେବଲ ତାଙ୍କ ନାଁରେ ରହିଥିବା ବେଳେ କିନ୍ତୁ ଚାଲାଣ ଆଉ କାହା ନାଁରେ ରହିଥିଲା ।

ତେବେ ଆମାଜନ୍ ଭୁଲରେ ତାଙ୍କ ପାଖକୁ ସ୍ମାର୍ଟଫୋନ୍ ପଠାଇଦେଇଥିବାରୁ ଏନେଇ ଟ୍ୱିଇଟ କରି ଆମାଜନକୁ ଜଣାଇଥିଲେ ଲୋକେଶ । ଲୋକେଶଙ୍କ ଏହି ଟ୍ୱିଟ୍ ପରେ ଅନେକ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କେହି‌କେହି ତାଙ୍କୁ ସ୍ମାର୍ଟଫୋନ ରଖିବାକୁ ପରାମର୍ଶ ଦେଉଥିବାବେଳେ ଅନେକ ସ୍ମାର୍ଟଫୋନ୍ ଫେରାଇ ଦେବା ପାଇଁ ବି କହିଛନ୍ତି ।

The post ଆମାଜନରୁ ଯୁବକ ଅର୍ଡର କରିଥିଲେ ମାଉଥୱାସ ଆସିଲା ସ୍ମାର୍ଟଫୋନ୍ first appeared on Sambad.

from ବିଶେଷ | Sambad https://ift.tt/3tPO6KV

Post a Comment

0 Comments