ବାତ୍ୟା ତୌତେ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଭିଜିଭିଜି ଝାଡ଼ୁ କରୁଥିବା ମହିଳାଙ୍କୁ ଦେଖି ଆନନ୍ଦ ମହିନ୍ଦ୍ରା ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦେଶ କରୋନା ମହାମାରୀ ସହିତ ଏବେ ବାତ୍ୟା ତୌତେର ବି ସାମ୍ନା କରୁଛି। କେରଳ, କର୍ଣ୍ଣାଟକ ଓ ଗୋଆରେ ପ୍ରଳୟ କରିବା ପରେ ତୌତେ ମହାରାଷ୍ଟ୍ର ଦେଇ ଗୁଜୁରାଟ ଅଭିମୁଖେ ବଢ଼ିଛି।

ସୋସିଆଲ ମିଡିଆରେ ଲୋକମାନେ ବାତ୍ୟାର ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଓ ଭିଡିଓ ସେୟାର କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମହିଳା ସଫେଇ କର୍ମଚାରୀ ବର୍ଷାରେ ମୁଣ୍ଡରେ ଏକ ପ୍ଲାଷ୍ଟିକ ଜରି ଗୁଡ଼ାଇ ହାତରେ ଝାଡ଼ୁ ଧରି ରାସ୍ତା ସଫା କରୁଛନ୍ତି।

ଏମିତି ଏକ ଭିଡିଓକୁ ଯେତେବେଳେ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଦେଖିଥିଲେ ସେ ପ୍ରତିକ୍ରିୟା ଦେଇ ରହି ପାରି ନଥିଲେ। ସେ ଏହି ଭିଡିଓକୁ ପ୍ରେରଣାଦାୟକ କହିବା ସହିତ ବିଏମସିକୁ ଅନୁରୋଧ କରି କହିଥିଲେ କି, ଦୟାକରି ପୁଣିଥିରେ ସୁନିଶ୍ଚିତ କରି ଦିଅନ୍ତୁ କି ସମସ୍ତ ସଫେଇକର୍ମଚାରୀଙ୍କ ପାଖରେ ରୋନକୋଟ ଅଛି କି ନାହିଁ।

 

ଏହି ଭିଡିଓକୁ ଟୁଇଟ ବ୍ୟବହାରକରୀ @ଆଲଦିନ-କା ସୋମବାର ସେୟାର କରିଥିଲେ। ଏହି ଖବରଟି ରିପୋର୍ଟ କରାଯିବା ଭିତରେ ୪୭ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୫୦୦ରୁ ଅଧିକ ଲାଇକ ମିଳିଛି।

ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ଟୁଇଟ କରି ଲେଖିଛନ୍ତି, ଏଥର କିଛି ସନ୍ଦେହ ନାହିଁ। ଆଜି ପାଇଁ ଏହା ବହୁତ ପ୍ରେରଣାଦାୟକ। ଆଉ ମୁଁ ଜାଣିଛି @ମାଇବିଏମସି ସେମାନଙ୍କୁ ରୋନକୋଟ ଉପଲବ୍ଧ କରାଉଛି। କିନ୍ତୁ ପୁଣିଥିରେ ସୁନିଶ୍ଚିତ କରି ଦିଅନ୍ତୁ କି ସମସ୍ତ ସଫେଇ କର୍ମଚାରୀଙ୍କ ପାଖରେ ରୋନକୋଟ ଅଛି କି ନାହିଁ।

 

The post ବାତ୍ୟା ତୌତେ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଭିଜିଭିଜି ଝାଡ଼ୁ କରୁଥିବା ମହିଳାଙ୍କୁ ଦେଖି ଆନନ୍ଦ ମହିନ୍ଦ୍ରା ଦେଲେ ଏଭଳି ପ୍ରତିକ୍ରିୟା first appeared on Sambad.

from ବିଶେଷ | Sambad https://ift.tt/3hDAvUR

Post a Comment

0 Comments