
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ୪ଲକ୍ଷ କରୋନା ମାମଲା ସାମ୍ନାକୁ ଆସୁଥିବା ବେଳେ ହଜାରଲୋକଙ୍କ ମୃତ୍ୟୁ ହେଉଛି। ତେଣୁ ସଂକ୍ରମଣ ବୃଦ୍ଧି ନହେବା ପାଇଁ ଅନେକ ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି ପ୍ରତିବନ୍ଧକ ଲଗାଯାଇଛି। ତେବେ ଏଭଳି ସମୟରେ ବିବାହ ଓ ଅନ୍ୟ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ ରହିଛି।
ଏଭଳି ସମୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଏକ କୂଅ ଭିତରେ ବର-କନ୍ୟାଙ୍କ ବିବାହ ହେଉଥିବା ଦେଖିବାକୁ ମିଳୁଛି। ପଣ୍ଡିତ ବି ମନ୍ତ୍ରୀ ପଢ଼ୁଛନ୍ତି। କୂଅକୁ ସଜା ଯାଇଥିବା ବେଳେ ତା’ ଆଖପାଖରେ କିଛି ଲୋକ ମୁହଁ ଢ଼ାଙ୍କି ଛିଡ଼ା ହୋଇଛନ୍ତି।
ତେବେ ଏହି ଭିଡିଟି କେଉଁଠିକାର ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲା। କିନ୍ତୁ ପିୟୁଷ ସିଂହ ଯଦୁବଂଶୀ ନାମକ ଜଣେ ବ୍ୟକ୍ତି ତାଙ୍କ ଫେସବୁକ ଆକାଉଣ୍ଟରେ ଏହି ଭିଡିଓ ଅପଲୋଡ କରି ଲେଖିଛନ୍ତି, ଲକଡାଉନ ହେତୁ କୂଅ ଭିତରେ ହେଉଛି ବିବାହ।
The post ଲକଡାଉନ ହେତୁ କୂଅ ଭିତରେ ବିବାହ କଲେ ବର-କନ୍ୟା first appeared on Sambad.from ବିଶେଷ | Sambad https://ift.tt/2QQO3Bd
0 Comments