ହୃଦୟସ୍ପର୍ଶୀ ଦୃଶ୍ୟ: କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଙ୍କୁ ଧରି ଭୋଭୋ ହୋଇ କାନ୍ଦୁଛନ୍ତି ବୃଦ୍ଧା

ନୂଆଦିଲ୍ଲୀ: କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ ଅନେକ ନିଜର ଆତ୍ମୀୟଙ୍କୁ ହରାଇ ସାରିଲେଣି। କରୋନା ମହାମାରୀ ହେତୁ ପ୍ରତିଦିନ ଯେଉଁଭଳି ଘଟଣା/ଦୃଶ୍ୟ ସାମ୍ନାକୁ ଆସୁଛି ତାହା ଦେଖି ମନରେ କୋହ ଭରି ଯାଉଛି। ଡାକ୍ତରମାନେ ବି ରୋଗୀଙ୍କୁ ପାରୁ ପର୍ଯ୍ୟନ୍ତ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି କରୋନା ମହାମାରୀ କାହାରିକୁ ଛାଡ଼ି ନାହୁଁ। ପିଲାଠୁ ବୃଦ୍ଧ ସମସ୍ତଙ୍କ ଉପରେ ନିଜର ପ୍ରଭାବ ପକାଇଛି।

ଏହାରି ଭିତରେ ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ଦେଖିବାକୁ ମିଳୁଛି, ଜଣେ ବୃଦ୍ଧା ଡାକ୍ତରଙ୍କୁ ଆଲିଙ୍ଗନ କରୁଛନ୍ତି। ଉକ୍ତ ଡାକ୍ତରଙ୍କ ନାମ ଡାକ୍ତର. ଅଭିଶିକ୍ତା ମୁଲିକ ବୋଲି ଜଣାପଡ଼ିଛି।

ଉକ୍ତ ଡାକ୍ତର ଜଣକ ପିପିଇ କିଟ ପିନ୍ଧିଛନ୍ତି। ଯେମିତି ହିଁ ସେ ବୃଦ୍ଧାଙ୍କୁ କହୁଛନ୍ତି, ତୁମେ ସୁସ୍ଥ ହୋଇଯାଇଛ। ବୃଦ୍ଧା ଜଣକ ନିଜର କୋହକୁ ଅଟକାଇ ନପାରି ଭୋଭୋ ହୋଇ ଡାକ୍ତରଙ୍କୁ ଆଲିଙ୍ଗନ କରି କାନ୍ଦି ପକାଉଛନ୍ତି। ଏ ଦୃଶ୍ୟ ଦେଖି ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି କି ଲୋକେ ଏହି କରୋନାକୁ ନେଇ କେତେ ଭୟଭୀତ ହୋଇପଡ଼ିଛନ୍ତି।

The post ହୃଦୟସ୍ପର୍ଶୀ ଦୃଶ୍ୟ: କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଙ୍କୁ ଧରି ଭୋଭୋ ହୋଇ କାନ୍ଦୁଛନ୍ତି ବୃଦ୍ଧା first appeared on Sambad.

from ବିଶେଷ | Sambad https://ift.tt/2PQ6DZS

Post a Comment

0 Comments