ବୁଦ୍ଧ ଜୟନ୍ତୀ ଅବସରରେ ବାଲୁକା ଶିଳ୍ପର ଟ୍ବିଟ୍‌ କଲେ ସୁଦର୍ଶନ ପଟ୍ଟନାୟକ, ରି-ଟ୍ବିଟ୍‌ କରି ଶୁଭେଚ୍ଛର ଜଣାଇଲେ ବିଗ୍‌ ବି

ନୂଆଦିଲ୍ଳୀ: ଆଜି ଗୌତମ ବୁଦ୍ଧଙ୍କ ଜୟନ୍ତୀ। ଏହି ଦିନକୁ ଲୋକେ ବୁଦ୍ଧ ପୂର୍ଣ୍ଣିମା ଭାବେ ପାଳନ କରିଥାନ୍ତି। ଓଡ଼ିଶାର ଲୋକପ୍ରିୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବୁଦ୍ଧ ଜୟନ୍ତୀ ଅବସରରେ ଗୌତମ ବୁଦ୍ଧଙ୍କର ଏକ ବାଲୁକା ଶିଳ୍ପ କରି ତାଙ୍କୁ ଉତ୍ସର୍ଗ କରିଛନ୍ତି।

ସୁଦର୍ଶନ କରିଥିବା ଏହି ବାଲୁକା କଳାକୁ ବିଭିନ୍ନ ମହଲରୁ ଲୋକେ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ସେ ତାଙ୍କର ବାଲିକା ଶିଳ୍ପର ଏକ ଫଟୋ ଉଠାଇ ତାହାକୁ ଟ୍ବିଟର୍‌ରେ ସେୟାର କରିଛନ୍ତି। ସେଥିରେ ଲେଖିଛନ୍ତି, ‘ବୁଦ୍ଧ ପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତରେ ସଭିଙ୍କୁ ଶୁଭେଚ୍ଛା। ବୁଦ୍ଧ ପୂରା ମାନବଜାତିକୁ ଆଶୀର୍ବାଦ କରନ୍ତୁ। ଭୁବନେଶ୍ବର ବିମାନ ବନ୍ଦରରେ ମୋର ଅନ୍ୟତମ ବାଲୁକା ଶିଳ୍ପ।’

 

ସୁଦର୍ଶନଙ୍କର ଏହି ବାଲୁକା ଶିଳ୍ପର ଟ୍ବିଟ୍‌କୁ ରି-ଟ୍ବିଟ୍‌ କରିଛନ୍ତି ମେଗାଷ୍ଟାର୍‌ ଅମିତାଭ ବଚ୍ଚନ। ସେ ରି-ଟ୍ବିଟ୍‌ କରି ଲେଖିଛନ୍ତି, ‘ବୁଦ୍ଧ ଜୟନ୍ତୀ ଅବସରରେ ଅନେକ ଶୁଭକାମନା।’

The post ବୁଦ୍ଧ ଜୟନ୍ତୀ ଅବସରରେ ବାଲୁକା ଶିଳ୍ପର ଟ୍ବିଟ୍‌ କଲେ ସୁଦର୍ଶନ ପଟ୍ଟନାୟକ, ରି-ଟ୍ବିଟ୍‌ କରି ଶୁଭେଚ୍ଛର ଜଣାଇଲେ ବିଗ୍‌ ବି first appeared on Sambad.

from ବିଶେଷ | Sambad https://ift.tt/3fK9oVr

Post a Comment

0 Comments