ପିଲାମାନେ ପର କରି ଦେବା ପରେ ପେଣ୍ଟିଂ ବିକି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ବୃଦ୍ଧ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏମିତି ଜଣେ ପିତାଙ୍କ କାହଣୀ ଭାଇରାଲ ହେଉଛି , ଯାହାକୁ ଶୁଣିଲେ ଆପଣ କହିବେ ବାପା-ମା କ’ଣ ଏଇଦିନ ଦେଖିବାକୁ ପିଲା ଜନ୍ମ କରି ଥାଆନ୍ତି। ଜଣେ ବୃଦ୍ଧ ପେଟକୁ ଦୁଇମୁଠା ଦାନ ପାଇଁ ରାସ୍ତା ପାର୍ଶ୍ବରେ ପେଣ୍ଟିଂ ବିକ୍ରି କରୁଛନ୍ତି। ତେବେ ଏହି କରୋନା ମହାମାରୀ ସମୟରେ ଲୋକମାନେ ଘରୁ ବାହାରୁ ନଥିବା ବେଳେ କିଏ ବା ଏହି ବୃଦ୍ଧଙ୍କ ଠାରୁ ପେଣ୍ଟିଂ କିଣିବ? ତେଣୁ ବୃଦ୍ଧାଙ୍କୁ ଦିନେ ଦିନେ ଉପବାସ ବି ରହିବାକୁ ପଡ଼ୁଛି।

 

ବୃଦ୍ଧାଙ୍କ ଫଟୋ ସହିତ କାହାଣୀ ଟୁଇଟର ବ୍ୟବହାରକାରୀ ସାଜେଦା ଅଖତାର ମଇ ୨୪ରେ ଟୁଇଟରରେ ସେୟାର କରିଥିଲେ। ସେ କହିଛନ୍ତି, ଆଟିଷ୍ଟ ସୁନୀଲ ପାଲ କୋଲକାତାର ଗୋଲ ପାର୍କସ୍ଥିତ ଆକ୍ସିକ ବ୍ୟାଙ୍କ ସାମ୍ନାରେ ସୁନ୍ଦରସୁନ୍ଦର ପେଣ୍ଟିଂ ଆଙ୍କି ବିକ୍ରି ପାଇଁ ବସି ଥାଆନ୍ତି। ସୁନୀଲଙ୍କୁ ତାଙ୍କ ପିଲାମାନେ ଛାଡ଼ି ଚାଲି ଯାଇଛନ୍ତି। ତେଣୁ କିଛି ଉପାୟ ନପାଇ ପେଟକୁ ଦୁଇମୁଠା ଦାନା ଦେବା ପାଇଁ ସେ ପେଣ୍ଟିଂ କରି ଏହାକୁ ୫୦ରୁ ୧୦୦ଟଙ୍କାରେ ବିକ୍ରି କରିଥାଆନ୍ତି। ଏଭଳି କରୋନା ମହାମାରୀ ସମୟରେ ସେ ବହୁତ ଅସୁବିଧାରେ ଗତି କରୁଛନ୍ତି। ଦୟାକରି ଯଦି କିଏ ବି ସେହି ରାସ୍ତା ଦେଇ ଯାଉଛନ୍ତି ବୃଦ୍ଧଙ୍କ ଠାରୁ ଏହି ପେଣ୍ଟିଂ କିଣନ୍ତୁ। କାରଣ ସେ ଏଥିରୁ ପାଉଥିବା ଅର୍ଥରେ ତାଙ୍କ ପେଟକୁ ଦୁଇମୁଠା ଦାନା ଦେଉଛନ୍ତି।

The post ପିଲାମାନେ ପର କରି ଦେବା ପରେ ପେଣ୍ଟିଂ ବିକି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ବୃଦ୍ଧ first appeared on Sambad.

from ବିଶେଷ | Sambad https://ift.tt/3oU3NQl

Post a Comment

0 Comments