କରୋନା ପଜିଟିଭ ଥିବା ମନ୍ତ୍ରୀ ହାତରେ ପୋଛା ଧରି ହସ୍ପିଟାଲର କୋଭିଡ ୱାର୍ଡକୁ ନିଜ କଲେ ସଫା

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧ ପାଉଥିବା ବେଳେ ଅନେକ ହୃଦୟବିଦାରକ ଘଟଣା ବି ସାମ୍ନାକୁ ଆସୁଛି। ତେବେ ଏହାରି ଭିତରେ ବି କିଛି ଆଶ୍ବସ୍ତିକର ଘଟଣା  ନଜରକୁ ଆସିଛି। ଯାହାକି କରୋନା ସଂକ୍ରମଣକୁ ଭୟ କରିଯାଉଥିବା ଲୋକମାନଙ୍କ ମନରେ ଶକ୍ତି ଭରି ଦେବ।

କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ଜଣେ କରୋନା ସଂକ୍ରମିତ ମନ୍ତ୍ରୀ ହସ୍ପିଟାଲରେ ସଫେଇ କରୁଥିବା ଦେଖିବାକୁ ମିଳିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ମିଜୋରାମର ଶକ୍ତିମନ୍ତ୍ରୀ ଲାଲଜିରଲିୟାନାଙ୍କୁ କିଛିଦିନ ତଳେ ଜ୍ବର ହୋଇଥିଲା। ତାଙ୍କର କରୋନା ପରୀକ୍ଷା କରିବାରୁ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ ଜୋରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ତେବେ ସମ୍ପ୍ରତି ଏକ ଫଟୋ ସାମ୍ନାକୁ ଆସୁଛି। ଯେଉଁଥିରେ ସେ ହାତରେ ଏକ ପୋଛା ଧରି କରୋନା ୱାର୍ଡ ସଫା କରୁଥିବା ଦେଖିବାକୁ ମିଳୁଛି।

ଏହି ଘଟଣାକୁ ନେଇ ଲାଲଜିରଲିୟାନା ପିଟିଆଇକୁ କହିଛନ୍ତି,  ହସ୍ପିଟାଲରେ ଏଭଳି ସଫେଇ କରିବା ଅର୍ଥ ନୁହେଁ କି ନିର୍ସ କିମ୍ବା ଡାକ୍ତରମାନଙ୍କୁ ଲଜ୍ଜିତ କରିବା। ମୁଁ ଯେଉଁ ୱାର୍ଡରେ ଥିଲି ତାହା ବହୁତ ଅପରିଷ୍କାର ଥିଲା । ସଫେଇ କର୍ମୀ ନଆସିବାରୁ କାହାକୁ କିଛି ନକହି ତାହାକୁ ନିଜେ ସଫା କରି ଦେଇଥିଲି।

 

The post କରୋନା ପଜିଟିଭ ଥିବା ମନ୍ତ୍ରୀ ହାତରେ ପୋଛା ଧରି ହସ୍ପିଟାଲର କୋଭିଡ ୱାର୍ଡକୁ ନିଜ କଲେ ସଫା first appeared on Sambad.

from ବିଶେଷ | Sambad https://ift.tt/3wbiwZW

Post a Comment

0 Comments