
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏହାରି ଭିତରୁ ଏମିତି କିଛି ଭିଡିଓ ବି ରହିଥାଏ ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ହସିହସି ବେଦମ ହୋଇଯାଆନ୍ତି। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ।
ଭାଇରାଲ ହୋଇଥିବା ଏହି ଭିଡିଓରେ ଆପଣ ଦେଖି ପାରୁଥିବେ , ଜଣେ ବ୍ୟକ୍ତି ପାଣି ଭର୍ତ୍ତି ଥିବା ସଡ଼କରେ ମୋବାଇଲକୁ ଦେଖିଦେଖି ଯାଉଛନ୍ତି। କିଛି ବାଟ ଯିବା ପରେ ସେ ହଠାତ ଏକ ଗଭୀର ନାଳକୁ ଖସି ପଡ଼ୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ନିଜ ଅପେକ୍ଷା ନିଜ ଫୋନକୁ ବଞ୍ଚାଇବାକୁ ବ୍ୟସ୍ତ ହୋଇପଡ଼ିଥିଲେ। ଲୋକମାନଙ୍କୁ ଏହି ଭିଡିଓଟି ଖୁବ ପସନ୍ଦ ଆସୁଛି।
ତେବେ ଅନେକ ଥର ଲୋକଙ୍କୁ ଏପରି ଘଟଣାକୁ ନେଇ ସତର୍କ କରାଯାଇଛି। ରାସ୍ତାରେ ଯିବା ବେଳେ ହେଉ କି ଅନ୍ୟ କୌଣସି କାମ କରିଲା ବେଳେ ମୋବାଇଲ ଫୋନ ବ୍ୟବହାର ନିରାପଦ ହୋଇ ନଥାଏ।
The post ରାସ୍ତାରେ ମୋବାଇଲ ଦେଖିଦେଖି ଯିବା ମହଙ୍ଗା ପଡ଼ିଲା; ନାଳକୁ ଖସି ପଡ଼ିଲେ ଯୁବକ first appeared on Sambad.from ବିଶେଷ | Sambad https://ift.tt/2SYrXh3
0 Comments