ତୁମ ସେବାକୁ ସଲାମ ଡାକ୍ତରବାବୁ: ପିପିଇ କିଟ ପିନ୍ଧି ୧୫ ଘଣ୍ଟା ଡ୍ୟୁଟି କରିବା ଦେଖନ୍ତୁ କିଭଳି ଅବସ୍ଥା ହୋଇଛି

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ଦେଶକୁ ଦୋହଲାଇ ଦେଇଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ  ୩,୫୭,୨୨୯ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଙ୍କଟ ସମୟରେ ଦେଶରେ ହସ୍ପିଟାଲ, ବେଡ଼, ଆମ୍ବୁଲାନ୍ସ, ଅକ୍ସିଜେନ, ଡାକ୍ତର, ଔଷଧ ଓ ଟିକାର ଅଭାବ ଦେଖାଦେଇଛି। ରୋଗୀମାନେ ଏହି ଅଭାବ ହେତୁ ପୋକମାଛି ପରି ପ୍ରାଣ ହରାଉଛନ୍ତି। ଏହାଠାରୁ ହୃଦୟବିଦାରକ ଦୃଶ୍ୟ କ’ଣ ବା ହୋଇପାରେ। ଏଭଳି ସମୟରେ ଡାକ୍ତରମାନେ ବି ବିଶ୍ରାମ ନନେଇ ରୋଗୀମାନଙ୍କୁ ସେବା ଯୋଗଇ ଚାଲିଛନ୍ତି। ନିଜର ତଥା ନିଜ ପରିବାର କଥା ପଛରେ ପକାଇ ଦେଇ କ୍ରମାଗତ ଡିୟୁଟି କରି ଚାଲିଛନ୍ତି। ରୋଗୀଙ୍କୁ କିପରି ସୁସ୍ଥ କରିବେ ସେ ଉଦ୍ୟମ ଜାରି ରଖିଛନ୍ତି।

ଏହି କ୍ରମରେ ସୋସିଆଲ ମିଡିଆରେ ଜଣେ ଡାକ୍ତରଙ୍କ ଫଟୋ ଖୁବ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ପ୍ରଶଂସା କରି ରହି ପାରିବେ ନାହିଁ। ଜଣେ ଡାକ୍ତର ୧୫ ଘଣ୍ଟା ଡ୍ୟୁଟି କରିସାରିବା ପରେ ଯେତେବେଳେ ସେ ପିପିଇ କିଟକୁ ଓହ୍ଲାଇ ଦେଉଛନ୍ତି ତାଙ୍କର କିଭଳି ଅବସ୍ଥା ହୋଇଛି ତାହା ଦେଖିବାକୁ ମିଳୁଛି। ଡାକ୍ତର ଜଣକ ଝାଳରେ ପୂରାପୂରି ଗାଧେଇ ପଡ଼ିଛନ୍ତି।

 

୨୮ ତାରିଖ, ବୁଧବାର ଦିନ ଡାକ୍ତର ସୋହେଲ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଫଟୋ ସେୟାର କରି ଲେଖିଥିଲେ ଯେ, ‘ଦେଶ ପାଇଁ କିଛି କରୁଥିବାରୁ ମୁଁ ଗର୍ବିତ।’

ଡାକ୍ତର ସୋହେଲ ଦୁଇଟି ଫଟୋକୁ କୋଲାଜ୍ କରି ସେୟାର କରିଛନ୍ତି। ଗୋଟିଏରେ ସେ ପିପିଇ କିଟ୍ ପିନ୍ଧିଛନ୍ତି ଓ ଅନ୍ୟଟିରେ ପିପିଇ କିଟ୍ ଓହ୍ଲେଇବା ପରେ ଝାଳରେ ସମ୍ପୂର୍ଣ୍ଣ ଓଦା ହୋଇଥିବା ନଜର ଆସିଛନ୍ତି।

The post ତୁମ ସେବାକୁ ସଲାମ ଡାକ୍ତରବାବୁ: ପିପିଇ କିଟ ପିନ୍ଧି ୧୫ ଘଣ୍ଟା ଡ୍ୟୁଟି କରିବା ଦେଖନ୍ତୁ କିଭଳି ଅବସ୍ଥା ହୋଇଛି first appeared on Sambad.

from ବିଶେଷ | Sambad https://ift.tt/3em2ne5

Post a Comment

0 Comments