
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହେତୁ କିଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ଆପଣମାନେ ପ୍ରତିଦିନ ଟେଲିଭିଜନ, ଖବରକାଗଜ ଓ ସୋସିଆଲ ମିଡିଆରୁ ପାଇ ଯାଉଥିବେ। ଏହି ମହାମାରୀ ଭୟରେ ଏବେ ଦେଶ ଥରୁଛି। ଲୋକେ ସାହାଯ୍ୟ କରିବାକୁ ବି ପଛଘୁଞ୍ଚା ଦେଲେଣି। ତେବେ ଏଭଳି ପରିସ୍ଥିତିରେ ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅଳ୍ପ ସଂଖ୍ୟାରେ ଲୋକଙ୍କୁ ନେଇ ଆୟୋଜନ କରିବାକୁ ସରକାର କହିଛନ୍ତି।
ଏଥିସହିତ ଯଦି ଜରୁରୀ ହେଉନାହିଁ ତେବେ ଏଭଳି କାର୍ଯ୍ୟକୁ କରୋନା ମହାମାରୀ ସମୟରେ ସ୍ଥଗିତ ରଖିବାକୁ କୁହାଯାଉଛି। କିନ୍ତୁ କେତେକ କ୍ଷେତ୍ରରେ ବିବାହ ଜରୁରୀ ହୋଇପଡ଼ୁଛି। ତେଣୁ ବର କରୋନା ପଜିଟିଭ ଥିଲେ ବି ଉକ୍ତ ବିବାହ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ପରିସ୍ଥିତିରେ ହେଉଥିବା ବିବାହରେ କୋଭିଡ-୧୯ କଟକଣାକୁ ପୂରାପୂରି ପାଳନ କରାଯାଉଛି।
#कोरोना में शादियां सफलतापूर्वक संपन्न कराने के लिए इवेंट मैनेजर्स को क्या क्या जुगाड़ू समाधान निकालना पड़ता है….
pic.twitter.com/2WOc9ld0rU
— Dipanshu Kabra (@ipskabra) May 2, 2021
ତେବେ ନିକଟରେ ବାଉଁଶ ବାଡିରେ ବର-କନ୍ୟା ଉଭୟଉଭୟଙ୍କୁ ବରଣମାଳା ପିନ୍ଧାଉଥିବା ଦେଖିବାକୁ ମିଳିଛି। ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ବିହାରର ବେଗୁସରାଇରେ ଥିବା ନେଘରା ଅନୁମଣ୍ଡଳ ଅଞ୍ଚଳରେ ନେଘରା ବଜାରଠାରେ ଥିବା କଲ୍ୟାଣ ମଣ୍ଡପରେ ବର କୃତେଶ କୁମାର ଓ କନ୍ୟା ଜ୍ୟୋତି କୁମାରୀଙ୍କ ବିବାହ ହୋଇଥିଲା। ଯେତେବେଳେ ବରଣମାଳା ପିନ୍ଧାଇବା ସମୟ ଆସିଥିଲା ବର-ବଧୂ ହାତରେ ବାଉଁଶ ବାଡ଼ି ଧରି ସମାଜିକ ଦୂରତା ରକ୍ଷା କରିବା ସହିତ ଉଭୟ ଉଭୟଙ୍କୁ ମାଳା ପିନ୍ଧାଇ ସାତଜନ୍ମର ସାଥୀ କରିଥିଲେ। ଏହି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଅତିଥି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
The post କରୋନା ଭୟରେ ବାଉଁଶ ବାଡ଼ିରେ ବର-କନ୍ୟା ଉଭୟଙ୍କୁ ପିନ୍ଧାଇଲେ ବରଣମାଳା first appeared on Sambad.
from ବିଶେଷ | Sambad https://ift.tt/3ulo7Mq

0 Comments