ରାସ୍ତାପାର୍ଶ୍ବରେ ଭୋକିଲା ପିଲାଙ୍କୁ ଦେଖି ନିଜ ଟିଫିନ ଖୋଲି ଖାଇବାକୁ ଦେଲେ କନେଷ୍ଟବଳ

ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ଟ୍ରାଫିକ ପୁଲିସ କନେଷ୍ଟବଳ ଅସହାୟ ପିଲାଙ୍କୁ ନିଜ ଟିଫିନ ଦେଇ ସମସ୍ତଙ୍କ ହୃଦୟ ଜିତି ଯାଇଛନ୍ତି। ସୋସିଆଲ ମିଡିଆରେ ଉକ୍ତ ପୁଲିସ କର୍ମଚାରୀ ଜଣଙ୍କୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି। ତେଲେଙ୍ଗାନା ରାଜ୍ୟ ପୁଲିସ ଅଧିକାରୀ ଟୁଇଟର ଆକାଉଣ୍ଟରେ ଏହି ପୁଲିସ କର୍ମଚାରୀଙ୍କ ଭିଡିଓ ସେୟାର କରାଯାଇଛି। ଏହି ଘଟଣା ହାଇଦ୍ରାବାଦର ପଞ୍ଜାଗୁଟ୍ଟା ଅଞ୍ଚଳରେ ଘଟିଛି। କ‌ନେଷ୍ଟବଳ ମହେଶ ଡିୟୁଟି କରୁଥିଲେ। ଏହି ସମୟରେ ଦୁଇଟି ଛୋଟଛୋଟ ପିଲା ରାସ୍ତାପାର୍ଶ୍ବରେ ବସି ଖାଇବାକୁ ମାଗୁଥିବା ଦେଖିବାକୁ ପାଇଥି‌ଲେ। ଏହାପରେ କନେଷ୍ଟବଳ ଜଣକଙ୍କ ତୁରନ୍ତ ନିଜ ପାଇଁ ଆଣିଥିବା ଖାଦ୍ୟକୁ ସେହି ପିଲାମାନଙ୍କୁ ଦେଇ ଦେଇଥିଲେ।

ଭିଡିଓରେ ଆପଣ ଦେଖି ପାରୁଥିବେ ପ୍ରଥମେ ମହେଶ ପିଲାଙ୍କୁ ଦୁଇଟି ପେପର ପ୍ଲେଟ ଦେଉଛନ୍ତି। ଏହାପ‌ରେ ନିଜ ଲଞ୍ଚ ବକ୍ସରୁ ଭାତ, ତରକାର ଓ ଚିକେନ ଫ୍ରାଏ ବାହାର କରି ଦେଉଛନ୍ତି। ପିଲାମାନେ ବି ଉକ୍ତ ଖାଦ୍ୟକୁ ବହୁତ ଖୁସିରେ ଖାଉଥିବା ଦେଖିବାକୁ ମିଳୁଛି।

 


ତେଲେଙ୍ଗାନା ରାଜ୍ୟ ପୁଲିସ ଭିଡିଓ ସେୟାର କରି କ୍ୟାପସନ ଲେଖିଛନ୍ତି, #ActOfKindness ପଞ୍ଜାଗୁଟ୍ଟା ଟ୍ରାଫିକ ପୁଲିସ କନେଷ୍ଟବଳ ମହେଶ ପେଟ୍ରୋଲିଂ ଡିୟୁଟି କରୁଥିବା ସମୟରେ ଦେଖିବାକୁ ପାଇଥିଲେ କି ‌ଭୋକିଲା ପିଲା ରାସ୍ତାରେ ବୁଲିବୁଲି ଅନ୍ୟକୁ ଖାଇବାକୁ ଭି୍କ ମାଗୁଛନ୍ତି। ଏହାପରେ ସେ ତୁରନ୍ତ ନିଜ ଲଞ୍ଚ ବକ୍ସ ବାହାର କରି ଭୋକିଲା ପିଲାଙ୍କୁ ଖାଇବାକୁ ଦେଇଥିଲେ।

ସୋସିଆଲ ମିଡିଆରେ ଲୋକେ ଏହି ଭିଡିଓକୁ ବହୁ ପସନ୍ଦ କରୁଛନ୍ତି। ଏଯାବତ ଏହି ଭିଡିଓକୁ ୧ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି। ଲୋକେ ଏହି ଭିଡିଓ ଦେଖି ସୁନ୍ଦରସୁନ୍ଦର ପ୍ରତିକ୍ରିୟା ବି ଦେଉଛନ୍ତି।

The post ରାସ୍ତାପାର୍ଶ୍ବରେ ଭୋକିଲା ପିଲାଙ୍କୁ ଦେଖି ନିଜ ଟିଫିନ ଖୋଲି ଖାଇବାକୁ ଦେଲେ କନେଷ୍ଟବଳ first appeared on Sambad.

from ବିଶେଷ | Sambad https://ift.tt/3udo3O2

Post a Comment

0 Comments