ଦେଖନ୍ତୁ କିପରି ସୁନ୍ଦର ଭାବେ ଗାଡ଼ି ପାର୍କିଂ କରିବାରେ ଚାଳକଙ୍କୁ ସାହାଯ୍ୟ କରୁଛି କୁକୁର

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରି ଥାଆନ୍ତି। ନିକଟରେ କୁକୁରର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କୁକୁର କାର ପଛରେ ଠିଆ ହୋଇ କାର ପାର୍କିଂ କରିବାରେ ଚାଳକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି।

 

ଏହି ଭିଡିଓ ହ୍ୟୁମର ଆଣ୍ଡ ଆନିମଲ୍ସ ଟ୍ୱିଟର ପୃଷ୍ଠାରୁ ପୋଷ୍ଟ କରାଯାଇଛି । ଭିଡଓ ପୋଷ୍ଟ ସହିତ କ୍ୟାପସନ୍ ଲେଖାଯାଇଛି ଯେ ଏହା ସର୍ବୋତ୍ତମ ବାର୍କିଂ ସେନ୍ସର । ଅର୍ଥାତ୍ କୁକୁରକୁ ଏକ କାର୍ ପାର୍କିଂ କରାଯିବା କାମରେ ଲଗାଯାଇଛି ।

ଭିଡିଓରେ ଦେଖାଯାଉଛି କାରଟି ପଛକୁପଛ ଆସୁଥିବା ବେଳେ କୁକୁର ଭୁକିବା ଆରମ୍ଭ କରୁଛି । କୁକୁର ଭୁକିବା ମାତ୍ରେ କାର ମାଲିକ କାରକୁ ଅଟକାଇ ଦେଉଛନ୍ତି। ଏହି ଭିଡିଓ କେଉଁଠିକାର ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନଥିଲା। କିନ୍ତୁ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି

The post ଦେଖନ୍ତୁ କିପରି ସୁନ୍ଦର ଭାବେ ଗାଡ଼ି ପାର୍କିଂ କରିବାରେ ଚାଳକଙ୍କୁ ସାହାଯ୍ୟ କରୁଛି କୁକୁର first appeared on Sambad.

from ବିଶେଷ | Sambad https://ift.tt/3vbtjTA

Post a Comment

0 Comments