ବର୍ଷା ହେତୁ ଛତା ଧରି ରାସ୍ତାରେ ଯାଉଥିବା ସମୟରେ ମହିଳାଙ୍କ ସାମ୍ନାରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଉପସ୍ଥିତ ବୁଦ୍ଧି ହେତୁ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ସୋମବାର ରାତି ପ୍ରାୟ ୮ଟା ୩୦ରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିଥିବା ସାମୁଦ୍ରିକ ବାତ୍ୟା ତୌତେ   ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି କରିଛି| ବଡ ବଡ ଗଛ ଉପୁଡି ପଡିବା ସହ ବିଦ୍ୟୁତ ସେବା ବ୍ୟାହତ ହୋଇଛି | ଏହି ବାତ୍ୟା ହେତୁ ମହାରାଷ୍ଟ୍ରରେ ୬ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହାରି ଭିତରେ ମହାରାଷ୍ଟ୍ରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

କଥାରେ ଅଛି ‘ରଖେ ହରି ମାରେ କିଏ’। ଏହାର ଜ୍ବଳନ୍ତ ଉଦାହରଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଜଣେ ମହିଳା ରାସ୍ତାରେ ଯାଉଥିବା ସମୟରେ ହଠାତ ତାଙ୍କ ଉପରେ ଏକ ବିଶାଳ ଗଛ ପଡ଼ି ଯାଇଥାଆନ୍ତା। ଭଗବାନ ଉକ୍ତ ମହିଳାଙ୍କୁ ସାହା ହେଲା ଭଳି ତାଙ୍କ ଜୀବନ ବଞ୍ଚି ଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ସୋମବାର ଜଣେ ମହିଳା ବର୍ଷା ହେଉଥିବାରୁ ରାସ୍ତାରେ ଛତା ଧରି ଚାଲିଚାଲି ଯାଉଥିଲେ। ହଠାତ ସେ ସାମ୍ନାକୁ ଚାହିଁଲା ବେ‌ଳକୁ ତାଙ୍କ ଆଡକୁ ବିଶାଳ ଗଛଟି ନଇଁ ଆସୁଥିଲା। ସେ ଉପସ୍ଥିତ ବୁଦ୍ଧି ଘଟାଇ ଭୟରେ ପଛରେ ଦୌଡ଼ି ଚାଲି ଯାଇଥିଲେ।

ଦେଖୁଦେଖୁ ବିଶାଳ ଗଛଟି ଭାଙ୍ଗି ରାସ୍ତାରେ ଶୋଇ ପଡ଼ିଥିଲା। ଏହି ଘଟଣା ପରେ ମହିଳା ଜଣକ ଭୟରେ ଥରିବାକୁ ଲାଗିଥିଲେ। ତେବେ ଏହି ଘଟଣାର ଭିଡିଓ ଘଟଣାସ୍ଥଳରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କୈଦ ହୋଇଯାଇଥିଲା। ଏହାପରେ ଏହାକୁ କେହି ଜଣେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହୋଇଯାଇଛି।

The post ବର୍ଷା ହେତୁ ଛତା ଧରି ରାସ୍ତାରେ ଯାଉଥିବା ସମୟରେ ମହିଳାଙ୍କ ସାମ୍ନାରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଉପସ୍ଥିତ ବୁଦ୍ଧି ହେତୁ ବଞ୍ଚିଗଲା ଜୀବନ first appeared on Sambad.

from ବିଶେଷ | Sambad https://ift.tt/3bCSW85

Post a Comment

0 Comments