କରୋନା ଆକ୍ରାନ୍ତରେ ମୃତ ମହିଳାଙ୍କ ଶରୀରକୁ ସ୍ପର୍ଶ କଲେ ନାହିଁ ପରିବାରଲୋକ, ଅନ୍ତିମ ସଂସ୍କାର କଲେ ସରପଞ୍ଚ

ଶ୍ରୀକାକୁଲମ୍: କରୋନା ମହାମାରୀ ସମୟରେ ଅନେକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି। ନିଜ ଲୋକଙ୍କ ମୃତଦେହକୁ ବି ସମ୍ପର୍କୀୟମାନେ ସ୍ପର୍ଶ କରୁ ନାହାନ୍ତି। ଏଭଳି ସମୟରେ ଅନ୍ୟମାନେ ମାନବିକତା ଦେଖାଇ ଉକ୍ତ ମୃତଶରୀରଗୁଡ଼ିକୁ ସଂସ୍କାର କରୁଛନ୍ତି।

ଏହି କ୍ରମରେ ଜଣେ ସରପଞ୍ଚଙ୍କୁ ନେଇ ଚର୍ଚ୍ଚା ହେଉଛି। ନିକଟରେ ଜଣେ କରୋନା ଆକ୍ରାନ୍ତଙ୍କ ୪୯ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ତିମ ସଂସ୍କାର ପାଇଁ ମହିଳାଙ୍କ ସମ୍ପର୍କୀୟମାନେ ରାଜି ହୋଇ ନଥିଲେ। ଏଭଳି ଦୁଃଖ ସମୟରେ ସରପଞ୍ଚ ଉପେନ୍ଦ୍ର କୁମାର ସାହାଯ୍ୟ ପାଇଁ ଆଗେଇ ଆସି ଉକ୍ତ ମହିଳାଙ୍କ ଅନ୍ତିମ ସଂସ୍କାର କରିଥିଲେ।

ସୂଚନାଯୋଗ୍ୟ, ଆଜି ସକାଳେ ଶ୍ରୀକାକୁଲମ ଜିଲ୍ଲାର ପାଲାକୋଣ୍ଡା ମଣ୍ଡଳର ଲୁମ୍ବୁର ଗାଁରେ ପୁଲି ଜୟମାଙ୍କ କରୋନାରେ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ପାଇଁ ଅନ୍ତିମ ସଂସ୍କାର କରିବାକୁ କେହି ଆସି ନଥିଲେ। ଏକଥା ଗାଁ ସରପଞ୍ଚ ତିରଲାଙ୍ଗୀ ଉପେନ୍ଦ୍ର କୁମାରଙ୍କ ପାଖରେ ପହଞ୍ଚିବା ପରେ ସେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ନିଜେ ମହିଳାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଏନେଇ ସରପଞ୍ଚ ଉପେନ୍ଦ୍ର କୁମାର ପାଲାକୋଣ୍ଡା ମଣ୍ଡଳ ରାଜସ୍ୱ ଅଧିକାରୀ (ଏମଆରଓ) ସୋମସ୍ୱାରା ରାଓଙ୍କୁ  ସୂଚନା ଦେଇଥିଲେ।
ଏହାପରେ ଏମଆରଓ ୬ ଟି ପିପିଇ କିଟ୍ ଗାଁକୁ ପଠାଇଲା । ଏହାପରେ ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତର ଅନ୍ୟ କର୍ମଚାରୀମାନେ ପିପିଏ କିଟ୍ ପିନ୍ଧି ମୃତ କରୋନା ପୀଡିତାଙ୍କ ଅନ୍ତିମ ସଂସ୍କାର କରିଥିଲେ। ସରପଞ୍ଚଙ୍କ ଏଭଳି କାମ ପାଇଁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି।

The post କରୋନା ଆକ୍ରାନ୍ତରେ ମୃତ ମହିଳାଙ୍କ ଶରୀରକୁ ସ୍ପର୍ଶ କଲେ ନାହିଁ ପରିବାରଲୋକ, ଅନ୍ତିମ ସଂସ୍କାର କଲେ ସରପଞ୍ଚ first appeared on Sambad.

from ବିଶେଷ | Sambad https://ift.tt/3vAu3Sn

Post a Comment

0 Comments