ଟାଣ ଖରାରେ ରାସ୍ତାରେ ପଡ଼ି ଯାଇଥିବା ମହିଳାଙ୍କୁ ପାଣି ଦେଇ ଚେତା ଫେରାଇ ଆଣିଲେ କନେଷ୍ଟବଳ

ନୂଆଦିଲ୍ଲୀ: ଏବେକାର ସମୟରେ ଲୋକଙ୍କ ପାଖରେ ମାନବିକତା ଖୁବ୍ କମ ଦେଖିବାକୁ ମିଳିଥାଏ। କିନ୍ତୁ ସମୟସମୟରେ ସୋସିଆଲ ମିଡିଆରେ ଅନେକ ଲୋକ ଅନ୍ୟର କଷ୍ଟ ସହି ନପାରି ସାହାଯ୍ୟ ପାଇଁ ଆଗେଇ ଆସିଥିବାର ଅନେକ ଘଟଣା ଦେଖିବାକୁ ମିଳିଥାଏ। ନିକଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଏଥିରେ ଜଣେ ମହିଳା କନେଷ୍ଟବଳଙ୍କୁ ଦେଖିବାକୁ ମିଳୁଛି। ଯିଏକି ରାସ୍ତାରେ ଜଣେ ଅସହାୟ ମହିଳାଙ୍କୁ ପାଣି ପିଆଉଥିବା ଦେଖିବାକୁ ମିଳୁଛି। ଏହି ଫଟୋ ଟି ଉତ୍ତରପ୍ରଦେଶର ବୋଲି କୁହାଯାଉଛି।

ଏଠାରେ ଜଣେ ମହିଳା କନେ‌ଷ୍ଟବଳ ଡିୟୁଟି କରୁଥିଲେ। ଏହି ସମୟରେ ସେଠାରେ ଜଣେ ଅସହାୟ ମହିଳା ଗରମ ସହି ନପାରି ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କ ପାଖରେ ବସିଥିବା କଅଁଳ ଶିଶୁ ମା’ର ଏଭଳି ଅବସ୍ଥା ଦେଖି କାନ୍ଦିବାକୁ ଲାଗୁଥିଲେ। କନେଷ୍ଟବଳଙ୍କ ଦୃଷ୍ଟି ମା’ ଓ ଶିଶୁଙ୍କ ପାଖରେ ପହଞ୍ଚିବା ପରେ ତୁରନ୍ତ ସେ ଘଟଣାସ୍ଥଳକୁ ଦୌଡ଼ି ଯାଇଥି ଲେ। ମହିଳାଙ୍କ ମୁହଁରେ ପାଣି ଦେଇଥିଲେ। ଏହାପ‌ରେ ଯାଇ ମହିଳାଙ୍କ ଚେତା ଆସିଯାଇଥିଲା।

 

ଏହି ଫଟୋକୁ ଟୁଇଟରରେ ‘ସଚିନ କୌଶିକ’ ସେୟାର କରିଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି, ମା’ ଗରମ ସହି ନପାରି ଅଚେତ ହୋଇ ତଳେ ପଡ଼ିଯାଇଛନ୍ତି। ଏହି ସମୟରେ ଛୋଟ ଛୁଆଟି ତା’ ମା’ ପାଖରେ ବସି ରହିଛି। ସେହି ସମୟରେ ସେଠାରେ ର୍ଡିୟୁଟି କରୁଥିବା ମହିଳା କନେଷ୍ଟବଳଙ୍କ ଡିୟୁଟି ଉକ୍ତ ମହିଳାଙ୍କ ଉପରେ ପଡ଼ିଥିଲା। ସେ ପାଣି ଆଣି ଉକ୍ତ ମହିଳାଙ୍କ ମୁହଁ ଧୋଇ ଦେଇଥିଲେ। ଏହାପରେ ଯାଇ ତାଙ୍କ ଚେତା ଫେରିଥିଲା।

 

ଏହି ଫଟୋକୁ ଦେଖି ଆଇପିଏସ ଅଧିକାରୀ ଦୀପାଂଶୁ କାବ୍ରା ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, ପ୍ରଶଂସନୀୟ କାମ କରିଛନ୍ତି ରୀନା। ତୁମକୁ ସ୍ୟାଲୁଟ।

 

The post ଟାଣ ଖରାରେ ରାସ୍ତାରେ ପଡ଼ି ଯାଇଥିବା ମହିଳାଙ୍କୁ ପାଣି ଦେଇ ଚେତା ଫେରାଇ ଆଣିଲେ କନେଷ୍ଟବଳ first appeared on Sambad.

from ବିଶେଷ | Sambad https://ift.tt/34roE4e

Post a Comment

0 Comments