
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ବୟସ୍କ ଦମ୍ପତିଙ୍କ ଏମିତି ଫଟୋ ଭାଇରାଲ ହେଉଛି ଯାହାକୁ ଦେଖି ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ। କରୋନା ମହାମାରୀ ପାଇଁ ଏହି ଦମ୍ପତି ପରସ୍ପରଠାରୁ ୮ ମାସ ହେବ ଅଲଗା ରହିଥିଲେ। ଯେତେବେଳେ ସେମାନେ ପରସ୍ପରକୁ ଭେଟିଲେ ଆଲିଙ୍ଗନ ନକରି ରହି ପାରି ନଥିଲେ। ଉଭୟ ପରସ୍ପରକୁ ଆଲିଙ୍ଗନ କରି ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ଏହି ହୃଦୟସ୍ପର୍ଶୀ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ମେରି ଡେବିସଙ୍କୁ ଗତବର୍ଷ କୋଭିଡ୍ କେୟାର ହୋମକୁ ନିଆଯାଉଥିବା ବେଳେ ସ୍ବାମୀ ଗାର୍ଡନଙ୍କୁ ସେ ଶେଷଥର ପାଇଁ ଦେଖିଥିଲେ। ଲକଡାଉନ ପ୍ରତିବନ୍ଧକ ହେତୁ ଉଭୟ ଆଉ ଭେଟାଭେଟି ହୋଇ ପାରି ନ ଥିଲେ।
କୋଭିଡ୍ କେୟର ହୋମ କର୍ମଚାରୀଙ୍କ ଦ୍ବାରା ରେକର୍ଡ କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି କି କେମିତି ମେରି ଓ ଗାର୍ଡନ ଉଭୟଉଭୟଙ୍କୁ ଆଲିଙ୍ଗନ କରି ଆଇ ଲଭ ୟୁ କହି ଚୁମ୍ବନ ଦିଆନିଆ ହେଉଛନ୍ତି।
Manchester, England:
After not seeing his wife Mary for several months due to the pandemic — Gordon decided to surprise her by moving into the assisted living home so they could be together.
Here’s the reunion…pic.twitter.com/Kx40D57WzJ
— Rex Chapman
(@RexChapman) April 14, 2021
ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ରେକ୍ସ ଚ୍ୟାପମ୍ୟାନ ଟୁଇଟରରେ ପୋଷ୍ଟ କରିଛନ୍ତି। ସେ ପୋଷ୍ଟ ସହିତ ଲେଖିଛନ୍ତି, ମଞ୍ଚେଷ୍ଟରରେ ମହାମାରୀ କାରଣରୁ ଅନେକ ମାସ ହେବ ପତ୍ନୀ ମରିୟମଙ୍କୁ ଦେଖି ନ ଥିଲେ। ୮ ମାସ ପରେ ଗାର୍ଡନ ପତ୍ନୀ ରହୁଥିବା କେୟାର ହୋମକୁ ଆସି ସରପ୍ରାଇଜ ଦେବେ ବୋଲି ସ୍ଥିର କରିଥିଲେ। ଏହା ହେଉଛି ପୁନର୍ମିଳନ।
ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଲୋକଙ୍କୁ ବହୁ ପସନ୍ଦ ଆସୁଛି। ଏଯାବତ ଏହି ଭିଡିଓକୁ ୩ଲକ୍ଷରୁ ଅଧିକ ଥର ଦେଖା ଯାଇ ସାରିଲାଣି। ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅନେକ ସ୍ନେହ ଭରା ପ୍ରତିକ୍ରିୟା ଦେଉଛନ୍ତି।
The post ୮ ମାସ ପରେ ଭେଟାଭେଟି ହେଲେ ଦମ୍ପତି; ଉପସ୍ଥିତ ଥିବା ଲୋକଙ୍କ ଆଖିରେ ଜକେଇ ଆସିଲା ଲୁହ first appeared on Sambad.from ବିଶେଷ | Sambad https://ift.tt/3toCFKQ
(@RexChapman)
0 Comments