ଏହି କାରଣ ପାଇଁ ୧୨ବର୍ଷ ଧରି ରଖିଥିବା ଲମ୍ବା କେଶକୁ କାଟିଦେଲେ ଯୁବତୀ

ଅହମ୍ମଦାବାଦ: ଲମ୍ବା କେଶ ପାଇଁ ବିଶ୍ୱରେ ପରିଚିତ ଥିବା ନୀଲାଂଶୀ ପଟେଲ ନିଜର ‌କେଶ କାଟି ଦେଇଛନ୍ତି। ଏହି କେଶ କାଟିବା ସମୟରେ ସେ ଭାବିବିହ୍ବଳ ହୋଇପଡ଼ିଥିଲେ। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ନୀଲାଂଶୀ ନିଜ କେଶକୁ ଏତେ ଭଲ ପାଉଥିବା ବେଳେ କାହିଁକି କାଟି ଦେଇଛନ୍ତି ଆସନ୍ତୁ ଜାଣିବା…।

ଲମ୍ବା କେଶ ପାଇଁ ୩ ଥର ବିଶ୍ୱ ରେକର୍ଡ କରି ସାରିଥିବା ନୀଲାଂଶୀ ୨୦୦୨ରେ ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୮, ୧୯ ଓ ୨୦ରେ ଗିନିଜ୍ ବୁକ୍ ଅଫ୍ ଓ୍ୱାଲ୍ଡ ରେକର୍ଡରେ ଲମ୍ବା କେଶ ପାଇଁ ତାଙ୍କ ନାମ ସାମିଲ ହୋଇଥିଲା। ସେତେବେଳେ ତାଙ୍କ କେଶର ଲମ୍ବ ଥିଲା ପ୍ରାୟ ୬ ଫୁଟ୍ ୭ ଇଞ୍ଚ।

nilanshi patel longest hair

୬ ବର୍ଷ ବୟସରୁ କେଶ ବଢ଼ାଇବା ଆରମ୍ଭ କରିଥିବା ନୀଲାଂଶୀ କିଛି ଦିନ ତଳେ ନିଜ କେଶକୁ କାଟି ସବୁଦିନ ପାଇଁ ବାଏ ବାଏ କହିଛନ୍ତି। ତାଙ୍କର ଏହି ଲମ୍ବା କେଶକୁ ଆମେରିକାର ଏକ ମ୍ୟୁଜିୟମକୁ ପଠାଯାଇଛି। ନୀଲାଂଶୀ ତାଙ୍କର କେଶକୁ କ୍ୟାନସର ସହ ଲଢ଼ୁଥିବା ପିଲାମାନଙ୍କୁ ଦାନ କରିଛନ୍ତି। କେବଳ ନୀଲାଂଶୀ ନୁହେଁ, ତାଙ୍କ ମା’ ବି ତାଙ୍କ ସହ କେଶ କାଟିଛନ୍ତି ଓ ସେ ବି ଏହାକୁ କ୍ୟାନ୍ସର ପୀଡ଼ିତାଙ୍କ ପାଇଁ ଦାନ କରିଛନ୍ତି।

nilanshi patel longest hair

ତେବେ ଗୋଟିଏ ପଟେ କେଶକୁ କାଟି ଭାବବିହ୍ବଳ ହୋଇଯାଇଥିବା ବେଳେ ଅନ୍ୟପଟେ ନିଜ ନୂଆ ଲୁକ୍‌କୁ ପାଇଁ ବେଶ୍ ଖୁସି ଅଛନ୍ତି ନୀଳାଂଶୀ ।

The post ଏହି କାରଣ ପାଇଁ ୧୨ବର୍ଷ ଧରି ରଖିଥିବା ଲମ୍ବା କେଶକୁ କାଟିଦେଲେ ଯୁବତୀ first appeared on Sambad.

from ବିଶେଷ | Sambad https://ift.tt/32niC3u

Post a Comment

0 Comments