ଟ୍ରାଫିକ ଜାମରେ ଫସିଥିବା ଯୁବକ ଜଣକ ଟ୍ରକ ତଳ ଦେଇ କିପରି ରାସ୍ତା ଅତିକ୍ରମ କରୁଛନ୍ତି ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଟ୍ରାଫିକ ଜାମର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ବି ହସିହସି ବେଦମ ହୋଇଯିବେ। ଅନେକ ସମୟରେ ଦେଖିବାକୁ ମିଳିଥାଏ କି ବଡ଼ ଗାଡ଼ି ହେତୁ ରାସ୍ତା ଜାମ ହୋଇଯାଇଥାଏ। ଏହି ସମୟରେ ଛୋଟଗାଡ଼ିଗୁଡ଼ିକ ରାସ୍ତା କାଟି ଚାଲି ଯାଇଥାଆନ୍ତି।

ସୋସିଆଲ ମିଡିଆରେ କିଛି ଏଭଳି ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ଟ୍ରକ ତଳେ ବାଇକ୍ ପୂରାଇ ରାସ୍ତା ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରୁଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି କି ରାସ୍ତାରେ ଟ୍ରକ ଛିଡ଼ା ହୋଇଛି। ଫଳରେ ଛୋଟଗାଡ଼ିଗୁଡ଼ିକ ରାସ୍ତାରେ ଫସି ଯାଇଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି  ଏକ ଟ୍ରକ ତଳେ ପଶି ରାସ୍ତା ପାର କରିବାକୁ ଚେଷ୍ଟା କରୁଛନ୍ତି।

 

View this post on Instagram

 

A post shared by VIMAL SAINI (@itz_saini_vimal)

ଏହି ଭିଡିଓକୁ ବିମଲ ସୈନି ନାମକ ଇନଷ୍ଟାଗ୍ରାମ ବ୍ୟବହାରକାରୀ ସେୟାର କରିଛନ୍ତି। ସେ ଏହି ଭିଡିଓକୁ ୨୬ମାର୍ଚ୍ଚରେ ସେୟାର କରିଥିଲେ। ଏହାକୁ ଏଯାବତ ୨୦.୩ ମିଲିୟନ ଲୋକ ଦେଖି ସାରିଲେଣି। ଏଥିସହିତ ଏହି ଭିଡିଓକୁ ୧୧ଲକ୍ଷ ଲାଇକ୍ସ ମିଳି ସାରିଛି।  ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମଜାଳିଆ ପ୍ରତିକ୍ରିୟା ବି ଦେଉଛନ୍ତି।

The post ଟ୍ରାଫିକ ଜାମରେ ଫସିଥିବା ଯୁବକ ଜଣକ ଟ୍ରକ ତଳ ଦେଇ କିପରି ରାସ୍ତା ଅତିକ୍ରମ କରୁଛନ୍ତି ଦେଖନ୍ତୁ first appeared on Sambad.

from ବିଶେଷ | Sambad https://ift.tt/3sXyV2U

Post a Comment

0 Comments