ନାବାଳିକାଙ୍କ ପେଟରେ ହେଉଥିଲା ଯନ୍ତ୍ରଣା; ଅସ୍ତ୍ରୋପଚାର ପରେ ବାହାରିଲା ଦୁଇଟି ଫୁଟବଲ ଆକୃତିର ଟ୍ୟୁମର

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଡାକ୍ତରୀ ଟିମ ୧୨ବର୍ଷର ଜଣେ ବାଳିକାଙ୍କ ପେଟରୁ ଦୁଇଟି ଫୁଟବଲ ଆକୃତିର ଟ୍ୟୁମର ବାହାର କରିଛନ୍ତି। ଗତ ଚାରିପାଞ୍ଚ ବର୍ଷ ହେବ ବାଳିକାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିଲା । ଏହି ଯନ୍ତ୍ରଣା ସହିତ ବାଳିକାଙ୍କ ପେଟ ଆକାର ଧୀରେଧୀରେ ବୃଦ୍ଧି ପାଇବାକୁ ଲାଗିଥିଲା। ଯେଉଁ କାରଣରୁ ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଥିଲା।

Representative Getty Images

ନାବାଳିକାଙ୍କ ଚିକିତ୍ସା କରୁଥିବା ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ତରୁଣ ମିତ୍ତଲଙ୍କ କହିବାନୁସାରେ, ଯେତେବେଳେ ବାଳିକା ଜଣକ ଚିକିତ୍ସା ପାଇଁ ଆସିଥିଲେ ତାଙ୍କ ପେଟର ଆକୃତି ଅଙ୍କାବଙ୍କା ହୋଇଥିଲା। କ୍ଲିନିକାଲ ଏଗଜାମିନେସନ୍ ସମୟରେ ପେଟ ଭିତରେ କିଛି ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା। ଏହା ଦେଖି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ସିଟି ସ୍କାନ ପରେ ଜଣାପଡ଼ିଲା କି ରୋଗୀଙ୍କ ପେଟରେ ଏକ ବଡ଼ ଟ୍ୟୁମର ହୋଇଛି। ଯାହାର ଆକାର ୩୦X୨୦x୧୪ ସେଣ୍ଟିମିଟର ରହିଥିଲା। ଏହା ଦୁଇଟି ଫୁଟବଲ ଆକୃତି ସଦୃଶ୍ୟ ଥିଲା।

डॉक्टरों ने लड़की पेट से दो फुटबॉल के बराबर ट्यूमर निकाला

ଏହାପରେ ନାବାଳିକାଙ୍କ ପିତା-ମାତାଙ୍କୁ ଡକାଇ ଝିଅର ସର୍ଜରୀ ନିହାତି ଆବଶ୍ୟକ ବୋଲି କହିଥିଲୁ। ସମସ୍ତ ପ୍ରକାର ଚିକିତ୍ସା ପରେ ନାବାଳିକା ପେଟର ସଫଳ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ଅସ୍ତ୍ରୋପଚାର ବହୁ ଜଟିଳ ଥିଲା।

ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳ କରିଥିବାରେ ସାମିଲ ଥିଲେ ଲେପ୍ରୋସ୍କୋପିକ ଆଣ୍ଡ ବେରିଏଟ୍ରିକ ସର୍ଜିକଲ ଟିମର ଡାକ୍ତର ତରୁଣ ମିତ୍ତଲ୍ ଓ  ତାଙ୍କ ସହିତ ଥିଲେ ଡାକ୍ତର ଆଶିଷ ଦେ ଓ ଡାକ୍ତର ଅନମୋଲ ଆହୁଜା । ସେହିପରି ଏନେସ୍ତେସିକ୍ ଟିମରେ ଡାକ୍ତର ଜୟଶ୍ରୀ ସୁଦ ଓ ଡାକ୍ତର ଅଜୟ ସିରୋହି ସାମିଲ ଥିଲେ।

The post ନାବାଳିକାଙ୍କ ପେଟରେ ହେଉଥିଲା ଯନ୍ତ୍ରଣା; ଅସ୍ତ୍ରୋପଚାର ପରେ ବାହାରିଲା ଦୁଇଟି ଫୁଟବଲ ଆକୃତିର ଟ୍ୟୁମର first appeared on Sambad.

from ବିଶେଷ | Sambad https://ift.tt/3sY3ntL

Post a Comment

0 Comments