ମାଆ ଭୋଟ୍‌ ଦେଉଥିବା ବେଳେ ବାହାରେ ତାଙ୍କ ପିଲାର ଯତ୍ନ ନେଉଥିଲେ ପୁଲିସ୍‌ କନ୍‌ଷ୍ଟେବଲ୍, ଛୁଟିଲା ପ୍ରଶଂସାର ସୁଅ‌

ନୂଆଦିଲ୍ଲୀ: ମାନବିକତାର ଅନେକ ଜ୍ବଳନ୍ତ ଉଦାହରଣ ଅଧିକାଂଶ ସମୟରେ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥାଏ। ନିକଟରେ ଜଣେ ମାଆ ମତଦାନ ବୁଥ୍‌କୁ ଭୋଟ୍‌ ଦେବାକୁ ଯାଇଥିବା ସମୟରେ ସେଠାରେ ଡିୟୁଟିରେ ଥିବା ଜଣେ ପୁଲିସ୍ କନ୍‌ଷ୍ଟେବଲ୍‌‌ ତାଙ୍କ ମାସକର ପିଲାକୁ ନିଜ କୋଳରେ ଧରିଥିବାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଆନ୍ଧ୍ରପ୍ରଦେଶର ଏହି ପୁଲିସ୍‌ କନ୍‌ଷ୍ଟେବଲ୍‌ଙ୍କର ତାମିଲନାଡୁ‌ରେ ଡିଉଟି ପଡ଼ିଥିଲା। ଆପଣ ଜାଣିଥିବେ ନିଶ୍ଚୟ ଯେ ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୧ ରାଜ୍ୟର ୩୮ଟି ଜିଲ୍ଲାରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି।

ପୁଲିସ୍‌ କର୍ମଚାରୀ ଜଣକ ଶିଶୁଟିକୁ ନିଜ କୋଳରେ ଧରି ମହିଳାଙ୍କୁ ସାହାଯ୍ୟ କରିଥିବା ବେଳର ଫଟୋକୁ ଆନ୍ଧ୍ରପ୍ରଦେଶ ପୁଲିସ୍‌ର ଅଫିସିଆଲ୍‌ ଆକାଉଣ୍ଟ୍‌ରେ ମଙ୍ଗଳବାର ସେୟାର କରାଯାଇଛି। ଫଟୋରେ ଦେଖିବାକୁ ମିଳିଛି କି ପୁଲିସ୍‌ କର୍ମଚାରୀ ଜଣକ ଶିଶୁଟିକୁ ନିଜ ବାହୁରେ ଧରି ତା’ର ଉପଯୁକ୍ତ ଯତ୍ନ ନେଉଛନ୍ତି।

 

ଫଟୋଟି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ ହେବା ମାତ୍ରେ ଭାଇରାଲ୍‌ ହେବାକୁ ଲାଗିଛି। ପୋଷ୍ଟ୍‌ଟିକୁ ଅନେକ ଲାଇକ୍‌ ମିଳିଥିବା ବେଳେ ପୁଲିସ୍‌ କନ୍‌ଷ୍ଟେବଲ୍‌ଙ୍କୁ ତାଙ୍କ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସୋସିଆଲ୍‌ ମିଡିଆରେ ବ୍ୟବହାରକାରୀମାନେ ପ୍ରଶଂସାରେ ପୋତି ଦେଇଛନ୍ତି।

The post ମାଆ ଭୋଟ୍‌ ଦେଉଥିବା ବେଳେ ବାହାରେ ତାଙ୍କ ପିଲାର ଯତ୍ନ ନେଉଥିଲେ ପୁଲିସ୍‌ କନ୍‌ଷ୍ଟେବଲ୍, ଛୁଟିଲା ପ୍ରଶଂସାର ସୁଅ‌ first appeared on Sambad.

from ବିଶେଷ | Sambad https://ift.tt/3sZ1rB0

Post a Comment

0 Comments