
ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ବିବାହ ଦିନ ବର ଓ କନ୍ୟା ଉଭୟ ଭାଇଭଉଣୀ ବୋଲି ଜଣାପଡ଼ିବା ପରେ ଖୁସିର ବାତାବରଣରେ କିଛି ସମୟ ପାଇଁ ନିରାଶା ଖେଳି ଯାଇଥିଲା। ବିବାହ ଭୋଜିକୁ ନିମନ୍ତ୍ରିତ ହୋଇ ଆସିଥିବା ଅତିଥିମାନେ କ’ଣ ହେଉଛି କିଛିସମୟ ପାଇଁ କିଛି ବୁଝି ପାରି ନ ଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ସୋଝାଓ ଅଞ୍ଚଳରେ ଜଣେ ବର କନ୍ୟାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ବିବାହକୁ ଆଉ କିଛି ସମୟ ବାକି ଥିବା ବେଳେ ବର-କନ୍ୟା ଦୁହେଁ ସମ୍ପର୍କରେ ଭାଇ ଓ ଭଉଣୀ ବୋଲି ଜାଣିବାକୁ ମିଳିଥିଲା।
ତେବେ ପୁଅର ମା’ ବୋହୂକୁ ଦେଖିବାକୁ ଯାଇଥିବା ବେଳେ ଏଭଳି ଘଟଣା ଉପରୁ ପରଦା ଉଠିଥିଲା। କାରଣ ସେ ଯେତେବେଳେ ତାଙ୍କ ବୋହୂକୁ ଦେଖିବାକୁ ଯାଇଥିଲେ ଝିଅଟି ହାତରେ ଥିବା ଚିହ୍ନକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
କାରଣ ବହୁ ବର୍ଷ ପୂର୍ବରୁ ତାଙ୍କର ହଜି ଯାଇଥିବା ଝିଅର ଜନ୍ମ ସମୟରେ ଯେଉଁ ଚିହ୍ନ ଥିଲା ସେ ସ୍ଥିର କରିଥିବା ବୋହୂ ହାତରେ ବି ଉକ୍ତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ।
ସେ ଆଉ କାଳବିଳମ୍ବ ନକରି କନ୍ୟାଙ୍କ ପାଳିତ ମା’ ବାପାଙ୍କୁ ଡାକି କେମିତି ଏହି ଝିଅକୁ ପାଇଲେ ସେକଥା ପଚାରି ବୁଝିଥିଲେ। ସେମାନେ ଏହି ଝିଅକୁ ୨୦ବର୍ଷ ତଳେ ରାସ୍ତାପାର୍ଶ୍ବରୁ ପାଇଥିବା କହିଥିଲେ। ଏହାପରେ ମା’ ଯାଇ ନିଜ ଝିଅକୁ ଜାବୁଡ଼ି ଧରିଥିଲେ। ବିବାହକୁ ଭାଙ୍ଗି ନ ଦିଆଯାଇ ସମ୍ପୂର୍ଣ୍ଣ କରାଯାଇଥିଲା। କାରଣ ଉକ୍ତ ମହିଳା ଝିଅ ହଜିଯିବା ପରେ ପୋଷ୍ୟପୁତ୍ର ଗ୍ରହଣ କରିଥିଲେ ଏବଂ ସେହି ପୋଷ୍ୟପୁତ୍ର ଲାଗି ବୋହୂ ଠିକ କରିଥିଲେ।
The post ବିବାହର କିଛି ସମୟ ପୂର୍ବରୁ ଜଣାପଡ଼ିଲା ବର-କନ୍ୟା ସମ୍ପର୍କରେ ଭାଇ ଓ ଭଉଣୀ, ଆଉ ତା’ପରେ… first appeared on Sambad.from ବିଶେଷ | Sambad https://ift.tt/3t8pD3S
0 Comments