ବର୍ତ୍ତମାନ ସ୍ଥିତିରେ ଗୋଷ୍ଠୀ ସଂକ୍ରମଣ କୁହାଯାଇନପାରେ: ଡା ବେବର୍ତ୍ତା

ଯଦିଓ ବ୍ରହ୍ମପୁର ସହରରେ ହେଉ ଅବା ରାଜ୍ୟରେ କେତେଜଣ ସଂକ୍ରମିତ ହୋଇଛନ୍ତି ତାହା କୁହାଯାଇନପାରେ କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ବୋଲି କୁହାଯାଇନପାରେ ବୋଲି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର କମ୍ୟୁନିଟି ମେଡିସିନ୍ ବିଭାଗର ଆସୋସିଏସଟ୍ ପ୍ରଫେସର ଡାକ୍ତର ଦେବାଶିଷ ବେବର୍ତ୍ତା ପ୍ରକାଶ କରିଛନ୍ତି। ମୋଟ ଜନସଂଖ୍ୟାର ଯଦି ୮୫ ପ୍ରତିଶତ ଲୋକ ଲକ୍ଷଣଯୁକ୍ତ‌ କିମ୍ବା ବିନାଲକ୍ଷଣରେ କୋଭିଡ଼ ସଂକ୍ରମଣ ହେଲେ ସେତେବେଳେ ଆମେ ଗୋଷ୍ଠୀ ସଂର୍କମଣ ହୋଇ ହାର୍ଡ ଏମ୍ୟୁନିଟି ସ୍ତରକୁ ଆସିଲା ବୋଲି କୁ‌ହାଯିବ ବୋଲି ସେ କହିଛନ୍ତି। ଯେତେବେଳେ କଣ୍ଟାକ୍ଟ ଟ୍ରେସିଂ କରିବା ଅସମ୍ଭବ ସେତେବେଳେକୁ ଜଣାଯିବ ଏହା ଗୋଷ୍ଠୀ ସଂକ୍ରମଣ ସ୍ତରକୁ ଆସିଲା। ନଚେତ୍ ଦ୍ବିତୀୟ ଲହର ନୁହଁ ଗୋଟିଏ ପରେ ଗୋଟିଏ ଲହର ଆସିବ।

ସରକାର ସଂକ୍ରମଣ ରୋକିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ଏହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ବୋଲି ଡା.ବେବର୍ତ୍ତା କହିବା ସହ ମାସ୍କ ପରିଧାନ, ସମାଜିକ ଦୂରତା ସହ ପ୍ରତ୍ୟେକ ବ୍ୟକ୍ତି ଟିକା ନେବା ନିତାନ୍ତ ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତି ଦୁଇଟି ଡୋଜ୍ ଟିକା ନେବା ଜରୁରୀ ବୋଲି କହିବା ସହ ପ୍ରଥମ‌ ଡୋଜ୍ ଟିକା ନେବା ପରେ ଯଦି କେହି କରୋନା ସଂକ୍ରମିତ ହୋଇଥାନ୍ତି ତେବେ ଦ୍ବିତୀୟ ଡୋଜ୍‌ଟି ନିର୍ଦ୍ଧାରିତ ସମୟରେ ହିଁ ନେବା ଆବଶ୍ୟକ। ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ସମୟ ମଧ୍ୟରେ କରୋନା ହୋଇଥିଲେ ଏହା ସଂପୃକ୍ତବ୍ୟକ୍ତିଙ୍କ କ୍ଷେତ୍ରରେ ବୁଷ୍ଟର ଡୋଜ୍‌ ଭଳି କାମ କରିଥାଏ ବୋଲି ଡା.ବେବର୍ତ୍ତା କହିଛନ୍ତି।

(ଏମ୍‌କେସିଜି କମ୍ୟୁନିଟି ମେଡିସିନ୍‌)

The post ବର୍ତ୍ତମାନ ସ୍ଥିତିରେ ଗୋଷ୍ଠୀ ସଂକ୍ରମଣ କୁହାଯାଇନପାରେ: ଡା ବେବର୍ତ୍ତା first appeared on Sambad.

from ବିଶେଷ | Sambad https://ift.tt/3aDSKVz

Post a Comment

0 Comments