
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଷାକ୍ତ ଜନ୍ତୁମାନଙ୍କୁ ନେଇ ଅନେକ ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। ଅନେକ ଥର ତ ବିଷାକ୍ତ ଜନ୍ତୁମାନଙ୍କୁ ନେଇ ଏମିତି ଫଟୋ ସବୁ ସାମ୍ନାକୁ ଆସିଥାଏ ଯାହାକୁ ଦେଖି ଭୟ ଲାଗିଥାଏ। ଆଉ ଏମିତି ବି କିଛି ଫଟୋ ଅଛି, ଯାହାକୁ ଦେଖିଲେ ସୋସିଆଲ ମିଡିଆ ବ୍ୟବହାରକାରୀ ହସିହସି ବେଦମ ହୋଇ ଯାଆନ୍ତି।
ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖିବାକୁ ଭୟ ଲାଗିବା ସହିତ ମଜା ବି ଲାଗୁଛି। ଏହି ଫଟୋକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦା ଟୁଇଟ କରି ସେୟାର କରିଛନ୍ତି। ଫଟୋ ସେୟାର କରିବା ସହିତ ସେ କ୍ୟାପସନରେ ଲେଖିଛନ୍ତି, ଦେଖନ୍ତୁ କିଏ ସଭାର ଅଧ୍ୟକ୍ଷତା କରୁଛି। କ’ଣ ଆପଣ ଅଧ୍ୟକ୍ଷଙ୍କୁ ଚିହ୍ନି ପାରିବେ? ଫଟୋରେ ଆପଣ ଦେଖି ପାରିବେ ଏକ ବିଶାଳ ଅଜଗର ଚୌକିରେ ବସିଛି। ଏହାକୁ ଦେଖି ବାସ୍ତବରେ ଲାଗୁଛି କି ଅଜଗର ଚୌକିରେ ବସି ବୈଠକର ଅଧକ୍ଷ୍ୟତା କରୁଛି।
Look who is chairing the meeting
Can you identify the chairperson? pic.twitter.com/kuWQAUsQki— Susanta Nanda IFS (@susantananda3) April 22, 2021
ଫଟୋଟି ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ୮୦୦ରୁ ଅଧିକ ଲୋକ ଲାଇକ କରିବା ସହିତ ସେୟାର ବି କରୁଛନ୍ତି। ଫଟୋକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।
The post ଚୌକିରେ ବସିଛି ଅଜଗର, ଆଇଏଫଏସ କହିଲେ-‘ଦେଖ କିଏ କରୁଛି ବୈଠକ’ first appeared on Sambad.
from ବିଶେଷ | Sambad https://ift.tt/3tQAb8n

0 Comments