ବୋଉ କହିଥିଲା ‘ମୋ ଚିନ୍ତା କରିବୁନି ପ୍ରଥମେ ନିଜ କର୍ତ୍ତବ୍ୟ କରିବୁ’: ମା ର ଅନ୍ତିମ ସଂସ୍କାରର କିଛି ଘଣ୍ଟା ପରେ ମେଡିକାଲକୁ ଫେରିଲେ ଦୁଇ ଡାକ୍ତର

ଅହମ୍ମଦାବାଦ: ଡାକ୍ତରଙ୍କୁ ଦେବଦୂତ କୁହାଯାଏ | ତେବେ ଆପଣ ଯେବେ ଭାବିଛନ୍ତି କି କଣ ପାଇଁ ଏମାନଙ୍କୁ ଦେବଦୂତ ବୋଲି କୁହାଯାଏ | ଆଜି ଆମେ ଆପଣଙ୍କୁ ଦୁଇ ଜଣ ଡାକ୍ତରଙ୍କ ବାବଦରେ କହିବୁ ଯେଉଁମାନେ ଏଭଳି କିଛି କରିଛନ୍ତି ଯାହାକୁ ଜାଣିଲେ ଆପଣ ବି ଏମାନଙ୍କୁ ସାଲ୍ୟୁଟ କରିବେ | ଗୁଜୁରାଟର ଭଦୋଦରାରେ ଥିବା ଏସଏସଜି ହସ୍ପିଟାଲରେ ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି ଡାକ୍ତର ଶିଳ୍ପା ପଟେଲ | ଏପ୍ରିଲ ୧୫ରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ କାରଣରୁ ତାଙ୍କ ମା କାନ୍ତା ପଟେଲଙ୍କର ମୃତ୍ୟୁ ହୋଇଯାଇଥିଲା | ଆଉ ଏହା ପରେ ଶିଳ୍ପା ନିଜ ଭାଇଙ୍କ ସହ ମିଶି କୋଭିଡ ପ୍ରୋଟୋକଲ ଅନୁଯାୟୀ ମାଙ୍କର ଅନ୍ତିମ ସଂସ୍କାର କରିଥିଲେ ଆଉ କିଛି ସମୟ ମଧ୍ୟରେ ପୁଣି ହସ୍ପିଟାଲକୁ ଫେରି ରୋଗୀଙ୍କ ଚିକିତ୍ସା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ |

ଏହାକୁ ନେଇ ଶିଳ୍ପାଙ୍କ କହିବା କଥା ଯେ ମୋର ମା ସବୁବେଳେ କୁହନ୍ତି ଯେ କର୍ତ୍ତବ୍ୟଠାରୁ ଅଧିକ ବଡ଼ ଦାୟିତ୍ୱ କିଛି ନାହିଁ | ସେହିପରି ଡାକ୍ତର ରାହୁଲ ପରମାର ମଧ୍ୟ ତାଙ୍କ ମାଆଙ୍କୁ ହରାଇଥିଲେ। ଗୁରୁବାର ଦିନ ଗାନ୍ଧିନଗରରେ ରାହୁଲ ପରମାରଙ୍କର ମା କାନ୍ତା ପରମାରଙ୍କର ମୃତ୍ୟୁ ହୋଇଥିଲା | ତେବେ ରାହୁଲ ପରମାର ଗୁଜୁରାଟର କୋଭିଡ ମ୍ୟାନେଜମେଣ୍ଟ ପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଥିବାବେଳେ ତାଙ୍କ ମା’ଙ୍କ ଦେହାନ୍ତ ପରେ ଅନ୍ତିମ ସଂସ୍କାର କରିଥିଲେ।

ଏହାର କିଛି ସମୟ ପରେ ସେ ଶୁକ୍ରବାର ପୁଣି ଡ୍ୟୁଟିକୁ ଫେରିଥିଲେ। ପରମାର କହିଛନ୍ତି, “ମୋ ମା ଆଉ ନାହାଁନ୍ତି। ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଆଉ ଅନ୍ତିମ ସଂସ୍କାର ପରେ ମୋତେ ବହୁତ କିଛି କରିବାର ଅଛି, ତେଣୁ ମୁଁ ଡ୍ୟୁଟିରେ ଯୋଗ ଦେଇଥିଲି’ |

The post ବୋଉ କହିଥିଲା ‘ମୋ ଚିନ୍ତା କରିବୁନି ପ୍ରଥମେ ନିଜ କର୍ତ୍ତବ୍ୟ କରିବୁ’: ମା ର ଅନ୍ତିମ ସଂସ୍କାରର କିଛି ଘଣ୍ଟା ପରେ ମେଡିକାଲକୁ ଫେରିଲେ ଦୁଇ ଡାକ୍ତର first appeared on Sambad.

from ବିଶେଷ | Sambad https://ift.tt/32mW6YN

Post a Comment

0 Comments