‌କୋଭିଡ୍‌-୧୯ର ପରିଚାଳନା ପାଇଁ କ୍ଲିନିକାଲ ଗାଇଡ୍‌ (ଏମ୍‌ସ, ନୂଆଦିଲ୍ଲୀ)

ସାମାନ୍ୟ ଆକ୍ରାନ୍ତ
ଶରୀରରେ ଥଣ୍ଡା, ଜ୍ବର ଭଳି ଲକ୍ଷଣ ଦେଖାଯିବା ସତ୍ତ୍ବେ ନିଶ୍ବାସପ୍ରଶ୍ବାସ ପ୍ରକ୍ରିୟାରେ ସମସ୍ୟା ନ ହେବା

ଗୃହ ସଂଗରୋଧରେ ରୁହନ୍ତୁ

କ’ଣ କରିବେ
ସାମାଜିକ ଦୂରତା ରକ୍ଷା, ଘରେ ମାସ୍କ ବ୍ୟବହାର, ବାରମ୍ବାର ହାତ ଧୁଅନ୍ତୁ
ପ୍ରଚୁର ପାଣି ପିଅନ୍ତୁ, ଡାକ୍ତରଙ୍କ ପରାମର୍ଶରେ ଜ୍ବର, କାଶ ବଟିକା ଓ ଭିଟାମିନ୍‌ ବଟିକା ଖାଆନ୍ତୁ
ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
ମଝିରେ ମଝିରେ ଶରୀରର ତାପମାତ୍ରା ଓ ଅମ୍ଳଜାନସ୍ତର ନିରୀକ୍ଷଣ କରନ୍ତୁ

‌କେଉଁ ଲକ୍ଷଣ ଦେଖାଦେଲେ ହସ୍ପିଟାଲ ଯିବେ
ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା
କଫ/ଭୀଷଣ ଜ୍ବର କିମ୍ବା ଶରୀରରେ କମ୍ପ ଅନୁଭବ
୬୦ ବର୍ଷରୁ ଊର୍ଧ୍ବ ବ୍ୟକ୍ତି କିମ୍ବା ଡାଏବେଟିସ୍‌, କିଡ୍‌ନି, ଲିଭର୍‌, ମେଦବହୁଳତା ଆଦି ଜଟିଳ ରୋଗରେ ପୀଡ଼ିତଙ୍କ ଉପରୋକ୍ତ ସମସ୍ୟା ଦେଖାଦେଲେ ବିଳମ୍ବ ନକରି ହସ୍ପିଟାଲରେ ଭର୍ତ୍ତି କରାନ୍ତୁ

ଘରେ କ’ଣ କରିପାରିବେ
ଆକ୍ରାନ୍ତଙ୍କୁ ଆଇଭରମେକ୍ଟିନ୍‌ (୨୦୦ଏମ୍‌ସିଜି/‌‌କେଜି) ବଟିକା ଦିନକୁ ଥରେ ହିସାବରେ ୩ରୁ ୫ ଦିନ ଦେଇପାରିବେ
ଜ୍ବର ଓ କଫ ୫ ଦିନ ଧରି ଲାଗି ରହିଥିଲେ ଆକ୍ରାନ୍ତଙ୍କୁ ଦିନକୁ ୨ଥର ହିସାବରେ ୫ ଦିନ ପର୍ଯ୍ୟନ୍ତ ବୁଡୋସୋନାଇଡ୍ (୮୦୦ ଏମ୍‌ସିଜି) ଇନହେଲର୍‌ ମାଧ୍ୟମରେ ଦିଆଯାଇପାରିବ।

ମଧ୍ୟମ ଆକ୍ରାନ୍ତ
୧. ମିନିଟ୍‌କୁ ୨୪ରୁ ଊର୍ଧ୍ବବାର ଶ୍ବାସ ନେବା କିମ୍ବା ଅଣନିଶ୍ବାସୀ ଲାଗିବା
୨. ଶରୀରରେ ଅମ୍ଳଜାନର ସ୍ତର ୯୦ରୁ ୯୩ ପ୍ରତିଶତ ଥିଲେ

ହସ୍ପିଟାଲ ୱାର୍ଡରେ ଆଡ୍‌ମିଟ୍‌ କରାନ୍ତୁ
କୃତ୍ରିମ ଉପାୟରେ ଅମ୍ଳଜାନ ଦିଅନ୍ତୁ
ସାଧାରଣ ରୋଗୀଙ୍କ ଅମ୍ଳଜାନସ୍ତର ୯୨ରୁ ୯୬ ପ୍ରତିଶତ ଏବଂ ଶ୍ବାସଜନିତ ସମସ୍ୟା ଥିବା ରୋଗୀଙ୍କ ଅମ୍ଳଜାନସ୍ତର ୮୮ରୁ ୯୨ ପ୍ରତିଶତ ରହିବା ଆବଶ୍ୟକ
ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି କରିବା ପାଇଁ ପ୍ରତି ଦୁଇ ଘଣ୍ଟାରେ ଥରେ ଆକ୍ରାନ୍ତଙ୍କୁ ପ୍ରୋନିଂ କରିବାକୁ କୁହନ୍ତୁ

ଆକ୍ରାନ୍ତଙ୍କୁ ଔଷଧ ଦ୍ବାରା ଚିକିତ୍ସା
ମିଥାଇଲପ୍ରେଡନିସେ‌ାଲୋନ୍‌ ଇଂଜେକ୍ସନ୍‌(୦.୫ରୁ ୧ଏମଜି/କେଜି)କୁ ଭାଗ ଭାଗ କରି ୨ଥରରେ ୫ରୁ ୧୦ଦିନ ପର୍ଯ୍ୟନ୍ତ ଦିଅନ୍ତୁ। ଏହା ବଦଳରେ ଡେକ୍ସାମେଥାସୋନ୍‌ ଦିଆଯାଇପାରିବ
ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ରହି‌େଲ କିମ୍ବା ସୁଧୁରିଲେ ଉପରୋକ୍ତ ଇଂଜେକ୍ସନ୍‌ ବଦଳରେ ବଟିକା ମଧ୍ୟ ଦିଆଯାଇପାରିବ
ଆକ୍ରାନ୍ତଙ୍କ ରକ୍ତ ଯେପରି ଜମାଟ ନ ବାନ୍ଧିବ ତଥା ଶରୀରର ରକ୍ତ ପତଳା ହେବ, ସେଥିପାଇଁ ‘ହେପାରିନ୍‌’ ଇଂଜେକ୍ସନ୍‌ ଦିଅନ୍ତୁ।

ନିରୀକ୍ଷଣ
ଆକ୍ରାନ୍ତଙ୍କ ଶ୍ବାସକ୍ରିୟା, ରକ୍ତ ସଂଚାଳନ ପ୍ରକ୍ରିୟା ଓ ଆବଶ୍ୟକତା ଅନୁସାରେ ଅମ୍ଳଜାନ ଦିଅନ୍ତୁ
ଆକ୍ରାନ୍ତଙ୍କ ସ୍ଥିତି ଅତ୍ୟନ୍ତ ଖରାପ ହେଲେ ଏଚ୍‌ଆର୍‌ସିଟି ପରୀକ୍ଷା କରାନ୍ତୁ
ଆକ୍ରାନ୍ତଙ୍କ ରକ୍ତରେ ‘ଡି-ଡାଇମର୍‌’ ଏବଂ ‘ସିଆର୍‌ପି’ସ୍ତରକୁ ୪୮ରୁ ୭୨ ଘଣ୍ଟା ମଧ୍ୟରେ ନିରୀକ୍ଷଣ କରନ୍ତୁ। ଭୂତାଣୁ ଦୂର ହେଲେ ଏହ‌ି ଦୁଇସ୍ତର ଶରୀରରୁ ଧୀରେଧୀରେ ହ୍ରାସ ପାଇଥାଏ।

ଗୁରୁତର ଆକ୍ରାନ୍ତ
୧. ମିନିଟ୍‌କୁ ୩୦ରୁ ଊର୍ଧ୍ବବାର ଶ୍ବାସ ନେବା କିମ୍ବା ଅଣନିଶ୍ବାସୀ ଲାଗିବା
୨. ଶରୀରରେ ଅମ୍ଳଜାନର ସ୍ତର ୯୦ ପ୍ରତିଶତରୁ କମିଗଲେ

ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାନ୍ତୁ
‌ଆକ୍ରାନ୍ତଙ୍କୁ ଶ୍ବାସ‌ ନେବାରେ ସମସ୍ୟା ହେଉଥିଲେ ଫେସ୍‌ମାସ୍କ ଜରିଆରେ ରୋଗୀକୁ ପ୍ରଚୁର ଅମ୍ଳଜାନ ଯୋଗାନ୍ତୁ।
ଆବଶ୍ୟକ ହେଲେ ଭେଣ୍ଟିଲେଟର୍‌ର ସହାୟତା ନିଅନ୍ତୁ।
ଆକ୍ରାନ୍ତଙ୍କୁ ଔଷଧ ଦ୍ବାରା ଚିକିତ୍ସା
ମିଥାଇଲ୍‌ପ୍ରେଡନିସେ‌ାଲୋନ୍‌ ଇଂଜେକ୍ସନ୍‌(୦.୫ରୁ ୧ଏମ୍‌ଜି/କେଜି)କୁ ଭାଗ ଭାଗ କରି ୨ଥରରେ ୫ରୁ ୧୦ଦିନ ପର୍ଯ୍ୟନ୍ତ ଦିଅନ୍ତୁ। ଏହା ବଦଳରେ ଡେକ୍ସାମେଥାସୋନ୍‌ ଦିଆଯାଇପାରିବ
ଆକ୍ରାନ୍ତଙ୍କ ରକ୍ତ ଯେପରି ଜମାଟ ନ ବାନ୍ଧିବ ତଥା ଶରୀରର ରକ୍ତ ପତଳା ହେବ, ସେଥିପାଇଁ ‘ହେପାରିନ୍‌’ ଇଂଜେକ୍ସନ୍‌ ଦିଅନ୍ତୁ।

ନିରୀକ୍ଷଣ
ଆକ୍ରାନ୍ତଙ୍କ ଶ୍ବାସକ୍ରିୟା, ରକ୍ତ ସଂଚାଳନ ପ୍ରକ୍ରିୟା ଓ ଆବଶ୍ୟକତା ଅନୁସାରେ ଅମ୍ଳଜାନ ଦିଅନ୍ତୁ
ଆକ୍ରାନ୍ତଙ୍କ ସ୍ଥିତି ଅତ୍ୟନ୍ତ ଖରାପ ହେଲେ ଏଚ୍‌ଆର୍‌ସିଟି ପରୀକ୍ଷା କରାନ୍ତୁ
ଆକ୍ରାନ୍ତଙ୍କ ରକ୍ତରେ ‘ଡି-ଡାଇମର୍‌’ ଏବଂ ‘ସିଆର୍‌ପି’ସ୍ତରକୁ ୪୮ରୁ ୭୨ ଘଣ୍ଟା ମଧ୍ୟରେ ନିରୀକ୍ଷଣ କରନ୍ତୁ। ଭୂତାଣୁ ଦୂର ହେଲେ ଏହ‌ି ଦୁଇସ୍ତର ଶରୀରରୁ ଧୀରେଧୀରେ ହ୍ରାସ ପାଇଥାଏ।

The post ‌କୋଭିଡ୍‌-୧୯ର ପରିଚାଳନା ପାଇଁ କ୍ଲିନିକାଲ ଗାଇଡ୍‌ (ଏମ୍‌ସ, ନୂଆଦିଲ୍ଲୀ) first appeared on Sambad.

from ବିଶେଷ | Sambad https://ift.tt/3nuteay

Post a Comment

0 Comments