କରୋନା କାଳରେ ଖାଇବା ପାଇଁ ଟଙ୍କା ନଥିବା ଲୋକଙ୍କ ପାଇଁ ମହିଳାଙ୍କ ମାଗଣା ବିରିୟାନି ଠେଲା

ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା କରୋନାକୁ ଦେଖି ଲୋକମାନଙ୍କ ମନରେ ପୁଣିଥରେ ଭୟ ଉଙ୍କି ମାରିଲାଣି। ଲକଡାଉନ ହୋଇଗଲେ ପୁଣି କେହି ରୋଜଗାର ହରାଇବେନି ତ , ପୂର୍ବ ଭଳି ଲୋକାମାନେ ଖାଇବାକୁ ଡହଳବିକଳ ହେବ ନାହିଁ ତ? ଏମିତି ଅନେକ ଚିନ୍ତାରେ ଲୋକେ ପଡ଼ିଲେଣି। ଏହାରି ଭିତରେ ବି ଏମିତି କିଛି ଲୋକମାନେ ଅଛି ଯେଉଁମାନେ କରୋନା କାଳରେ ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।

ତାମିଲନାଡୁରେ ଜଣେ ମହିଳା ଏକ ବିରିୟାନିର ଠେଲା ଖୋଲିଛନ୍ତି। ଏହି ଠେଲା ସେହି ଲୋକମାନଙ୍କୁ ଖାଦ୍ୟ ଯୋଗାଉଛି ଯେଉଁ ଲୋକମାନଙ୍କ ପାଖରେ ଖାଦ୍ୟ ଖାଇବାକୁ ଟଙ୍କା ନାହିଁ।

ରେଡିଓ ଜକି ଓ ଆକ୍ଟର ଆରଜେ ବାଲାଜୀ ଟୁଇଟରରେ ଲେଖିଛନ୍ତି, ପୁଲିଆକୁଲାମରେ ରାସ୍ତାପାର୍ଶ୍ବରେ ବିରିୟାନି ଠେଲା ବ୍ୟବସା୍ୟୀ ଭଲ କାମ କରୁଛନ୍ତି।

 

ଏହି ଷ୍ଟଲକୁ ଜଣେ ମହିଳା ଚଲାଇ ଥାଆନ୍ତି। ସେ ନିଜ ଠେଲ ସାମ୍ନାରେ ଲେଖିଛନ୍ତି, ଯେଉଁମାନଙ୍କ ପାଖରେ ଖାଦ୍ୟ ଖାଇବାକୁ ଟଙ୍କା ନାହିଁ ସେମାନଙ୍କୁ ଏଠାରେ ମାଗଣା ଖାଦ୍ୟ ଖୁଆଯିବ। ଠେଲାରେ ଏକ ବୋର୍ଡ ଲାଗିଛି, ଯେଉଁଥିରେ ଲେଖା ହୋଇଛି , କ’ଣ ଆପଣ ଭୋକିଲା ଅଛନ୍ତି? ସ୍ନେହର ସହ ଏଠାରୁ ଖାଦ୍ୟ ନେଇ ଯାଆନ୍ତୁ।

ଏହି ଖବରଟି ଲେଖାହେଲା ପର୍ଯ୍ୟନ୍ତ ଏହାକୁ ୨୪ହଜାରୁ ଅଧିକ ଲାଇକ୍ସ ମିଳି ସାରିଛି। ଏଥିସହିତ ୩୫୦୦ରୁ ଅଧିକ ରିଟୁଇଟ କରାଯାଇଛି। କରୋନା ମହମାରୀ ସମୟରେ ରେଜଗାର ହରାଇ ଖାଇବା ପାଇଁ ଆଉଟପାଉଟ ହେଉଥିବା ଲୋକଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ସୋସିଆଲ ମିଡିଆ ବ୍ୟବହାରକାରୀ ଧନ୍ୟବାଦ ଜଣାଇଛନ୍ତି।

 

The post କରୋନା କାଳରେ ଖାଇବା ପାଇଁ ଟଙ୍କା ନଥିବା ଲୋକଙ୍କ ପାଇଁ ମହିଳାଙ୍କ ମାଗଣା ବିରିୟାନି ଠେଲା first appeared on Sambad.

from ବିଶେଷ | Sambad https://ift.tt/3sr0sZj

Post a Comment

0 Comments