ସାଙ୍ଗର ଜୀବନ ବଞ୍ଚାଇବା ପାଇଁ ୨୪ଘଣ୍ଟା ଭିତରେ ୧୪୦୦କିମି ଯାତ୍ରା କରି ଅକ୍ସିଜେନ ପହଞ୍ଚାଇଲେ ଯୁବକ

ବୋକାରୋ: ଝାଡଖଣ୍ଡର ଜଣେ ଯୁବକ ନିଜ ସାଙ୍ଗର ଜୀବନ ବଞ୍ଚାଇବା ପାଇଁ ଅକ୍ସିଜେନ ସିଲିଣ୍ଡର ନେଇ ୧୪୦୦କିମି ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ବୋକାରେରେ ରହୁଥିବା ଦେବେନ୍ଦ୍ର କୁମାର ଶର୍ମାଙ୍କୁ ଯେମିତି ଖବର ମିଳିଥିଲା କି ନୋଏଡାରେ ରହୁଥିବା ତାଙ୍କ ସାଙ୍ଗଙ୍କୁ କରେନା ହୋଇଯାଇଛି। ଆଉ ତାଙ୍କୁ ଅକ୍ସିଜେନ ନିହାତି ଆବଶ୍ୟକ। ସେ ସବୁକିଛି କି ପଛ କରି ସାଙ୍ଗକୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ପାଖାପାଖି ୧୪୦୦କିମି ଯାତ୍ରା କରିବା ପରେ ସେ ନିଜ କାରରେ ନୋଏଡା ପହଞ୍ଚିଥିଲେ। ଆଉ ସାଙ୍ଗକୁ ଅକ୍ସିଜେନ ଯୋଗାଇ ଦେଇଥିଲେ।

दोस्त की जान बचाने के लिए Oxygen लेकर Bokaro से Noida पहुंचा शख्स, 24 घंटे में पूरी की 1400 KM की दूरी

ପ୍ରକାଶିତ ରିପୋର୍ଟ ମୁତାବକ, ଦେବେନ୍ଦ୍ର ପେସାରେ ଜଣେ ଶିକ୍ଷକ। ନୋଏଡାରେ ରହୁଥିବା ତାଙ୍କ ସାଙ୍ଗ ରଞ୍ଜନ ଅଗ୍ରୱାଲ ଦିଲ୍ଲୀର ଏକ ଆଇଟି କମ୍ପାନିରେ  କାମ କରନ୍ତି। ଏହି ସମୟରେ ରଞ୍ଜନ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି। ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ଅକ୍ସିଜେନ ସ୍ତର ଧୀରେଧୀରେ ହ୍ରାସ ପାଇବାକୁ ଲାଗିଥିଲା।

ଏହାପରେ ଡାକ୍ତର ତୁରନ୍ତ ରଞ୍ଜନ ଅଗ୍ରୱାଲଙ୍କ ପରିବାରକୁ ଅକ୍ସିଜେନ ଯୋଗାଡ଼ ପାଇଁ କହିଥିଲେ।  ପରିବାର ଲୋକ ବିଭିନ୍ନ ସ୍ଥାନରେ ଅକ୍ସିଜେନ ପାଇଁ ବୁଝିଥିଲେ। କିନ୍ତୁ ତାଙ୍କୁ କୌଣସି ସ୍ଥାନରେ ଅକ୍ସିଜେନ ମିଳି ନଥିଲା। ଏହି ସମୟରେ ଦେବେନ୍ଦ୍ରଙ୍କୁ  ରଞ୍ଜନଙ୍କ ପରିସ୍ଥିତି ସମ୍ପର୍କରେ ଖବର ମିଳିଥିଲା। ସେ ସମୟ ବିଳମ୍ବ ନକରି ତୁରନ୍ତ ଅକ୍ସିଜେନ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲେ। ଏଥିପାଇଁ ବି ତାଙ୍କୁ ଅନେକ ସ୍ଥାନକୁ ଦୌଡ଼ିବାକୁ ପଡ଼ିଛି। ଶେଷରେ ଅକ୍ସିଜେନ ମିଳିଯିବା ପରେ ଦେବେନ୍ଦ୍ର  ସାଙ୍ଗର ଜୀବନ ବଞ୍ଚାଇବା ପାଇଁ ବାହାରି ଯାଇଥିଲେ। ଅକ୍ସିଜେନ ମିଳିବା ପରେ ରଞ୍ଜନଙ୍କ ଶରୀର ଅବସ୍ଥାରେ ଉନ୍ନତି ଆସିଛି।

The post ସାଙ୍ଗର ଜୀବନ ବଞ୍ଚାଇବା ପାଇଁ ୨୪ଘଣ୍ଟା ଭିତରେ ୧୪୦୦କିମି ଯାତ୍ରା କରି ଅକ୍ସିଜେନ ପହଞ୍ଚାଇଲେ ଯୁବକ first appeared on Sambad.

from ବିଶେଷ | Sambad https://ift.tt/3aLFGOi

Post a Comment

0 Comments