ଅନେକ ପ୍ରତୀକ୍ଷାର ଘଟିଲା ଅନ୍ତ:‌ ଶେଷରେ ୨ଫୁଟ ୩ଇଞ୍ଚ ଉଚ୍ଚ ଅଜିମଙ୍କୁ ମିଳିଲା କନ୍ୟା, ସରିଲା ନିର୍ବନ୍ଧ

ସାମଲି: ଉତ୍ତର ପ୍ରଦେଶ ସାମଲି ଜନପଦର କୋରାନାରେ ବସବାସ କରୁଥିବା ଦୁଇଫୁଟ ତିନି ଇଞ୍ଚ ଉଚ୍ଚ ଅଜିମ ମଂସୁରୀଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ସାରା ଜୀବନ ସାଥୀ ହୋଇ ଚାଲିବାକୁ ଖୋଜୁଥିବା ଜୀବନସାଥୀକୁ ସେ ପାଇଯାଇଛନ୍ତି।

ଅଜିମଙ୍କ ବିବାହ ହାପୁଡ଼ରେ ରହୁଥିବା ବୁଶରାଙ୍କ ସହିତ ସ୍ଥିର ହୋଇଯାଇଛି। ପୁଅ-ଝିଅ ଉଭୟଙ୍କ ପରିବାର ଏହି ପ୍ରସ୍ତାବରେ ଖୁବ ଖୁସି ଅଛନ୍ତି।ନିକଟ‌ରେ ଦୁହିଁଙ୍କ ନିର୍ବନ୍ଧ ଶେଷ ହୋଇଛି। ଅଜିମଙ୍କ ପରିବାର ବୁଶରାଙ୍କୁ ସୁନାର ମୁଦି ସହିତ ୨୧୦୦ଟଙ୍କା ଦେଇଥିଲେ। ସେହିପରି ବୁଶରାଙ୍କ ପରିବାର ଅଜିମଙ୍କୁ ସୁନା ମୁଦି ସହିତ ୩୧୦୦ଟଙ୍କା ଦେଇଛନ୍ତି।

अजीम ने हापुड़ की बुशरा से की सगाई
oneindia.com

କିଛିଦିନ ତଳେ ଖବର ଆସିଥିଲା କି କୋରାନାରେ ରହୁଥିବା ଅଜିମ ମଂସୁରୀ ନିଜର ଉଚ୍ଚତାକୁ ନେଇ ଚିନ୍ତାରେ ଥିଲେ। ସେ ଥାନାରେ ପହଞ୍ଚି ତାଙ୍କ ବିବାହ କରାଇ ଦେବାକୁ ପୁଲିସ ନିକଟରେ ଅଡ଼ି ବସିଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲା।

ଅଜିମଙ୍କ ସହିତ ବିବାହ ସ୍ଥିର ହୋଇଥିବା ୨୦ବର୍ଷୀୟ କନ୍ୟା ବୁଶରା ବିକମ ପ୍ରଥମ ବର୍ଷର ଛାତ୍ରୀ। ବୁଶରାଙ୍କ ଉଚ୍ଚତା‌ ୩ଫୁଟ ରହିଛି। ନିକଟରେ ନିର୍ବନ୍ଧ ହୋଇଥିବା ବେଳେ ପାଠପଢ଼ା ଶେଷ ହେବା ପରେ ବୁଶରାଙ୍କ ବିବାହ ଅଜିମ ସହିତ ହେବ ବୋଲି ସ୍ଥିର କରାଯାଇଛି। କିନ୍ତୁ କିଛି ନିଶ୍ଚିତ ତାରିଖ ଏଯାବତ ସ୍ଥିର କରାଯାଇନାହିଁ। କମ ଉଚ୍ଚତା ପାଇଁ କେବେ ‌ବିବାହ ହୋଇପାରିବ ନାହିଁ ବୋଲି ଅଜିମ ଚିନ୍ତାରେ ରହୁଥିଲେ। ଏହି ବିବାହ ସ୍ଥିର ହୋଇଗଲା ପରେ ସେ ବହୁତ ଖୁସି ହୋଇଯିବା ସହିତ ଇଶ୍ବରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

The post ଅନେକ ପ୍ରତୀକ୍ଷାର ଘଟିଲା ଅନ୍ତ:‌ ଶେଷରେ ୨ଫୁଟ ୩ଇଞ୍ଚ ଉଚ୍ଚ ଅଜିମଙ୍କୁ ମିଳିଲା କନ୍ୟା, ସରିଲା ନିର୍ବନ୍ଧ first appeared on Sambad.

from ବିଶେଷ | Sambad https://ift.tt/3fJDtWQ

Post a Comment

0 Comments