କାଚଭାଙ୍ଗି ଚଳନ୍ତା ସ୍କୁଲ ବସ ଭିତରେ ପଶିଗଲା ହରିଣ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହରିଣର ଏକ ସିସିଟିଭି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଏକ ଚଳନ୍ତା ସ୍କୁଲ ବସ ଭିତରକୁ ହରିଣଟିଏ କାଚ ଭାଙ୍ଗି ପଶି ଆସୁଥିବା ଦେଖିବାକୁ ମିଳୁଛି। ତେବେ ବସ ଭିତରେ ଲାଗିଥିବା ସିସିଟିଭିରେ ଏହି ଘଟଣାର ଦୃଶ୍ୟ କୈଦ ହୋଇଯାଇଛି।

ବସ ଭିତରେ ହଠାତ ହରିଣ ପଶିଯିବା ଦେଖି ବସ ଚାଳକ ସମେତ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ହରିଣ ବି ବାଟ ନପାଇ ବସ ଭିତରେ ଡେଉଁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଉପସ୍ଥିତ ବୁଦ୍ଧି ଖଟାଇ ବସ ଚାଳକ ବସକୁ ଅଟକାଇ ଦେଇ ଓହ୍ଲାଇବା ଦ୍ବାର ଖୋଲି ଦେଇଥିଲେ। କାରଣ ହରିଣଟି ସେଇ ବାଟ ଦେଇ ସୁରକ୍ଷିତ ଭାବେ ବସରୁ ଓହ୍ଲାଇ ପଡ଼ିବ।

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଘଟଣା ଗୁରୁବାର ସକାଳ ୬ଟା ସମୟରେ ପୋବାଥନ କାଉଣ୍ଟିର ଛାତ୍ରଛାତ୍ରୀମାନେ ବସରେ ଯାଉଥିବା ବେଳେ ଘଟିଛି।

 

ସ୍କୁଲ ଅଧିକାରୀଙ୍କ କହିବାନୁସାରେ, ହଠାତ ଏଭଳି ଜଙ୍ଗଲ ଜନ୍ତୁଙ୍କ ଆକ୍ରମଣ ବିପଦପୂର୍ଣ୍ଣ ଥିଲା। ସୌଭାଗ୍ୟବଶତଃ ଏହି ହରିଣ ଆକ୍ରମଣରେ କୌଣସି ଛାତ୍ରଛାତ୍ରୀଙ୍କୁ କିଛି କ୍ଷତି ହୋଇନାହିଁ। ବସ ଚାଳକ ବି ସୁରକ୍ଷିତ ଅଛନ୍ତି।

The post କାଚଭାଙ୍ଗି ଚଳନ୍ତା ସ୍କୁଲ ବସ ଭିତରେ ପଶିଗଲା ହରିଣ first appeared on Sambad.

from ବିଶେଷ | Sambad https://ift.tt/3unijBR

Post a Comment

0 Comments