ହେଲ୍‌ଥ ଟିପ୍ସ: କୋଭିଡ୍‌ର ଦ୍ୱିତୀୟ ଲହର କାହିଁକି ହେଉଛି ସାଂଘାତିକ?

ଅଧିକ ଅକ୍ସିଜେନ୍ ଆବଶ୍ୟକ ପଡୁଛି; ରୋଗୀ ଅଧିକ ଦିନ ଭେଣ୍ଟିଲେଟର ଆବଶ୍ୟକ କରୁଛନ୍ତି

ଆମେ ସମସ୍ତେ ଭିବିଥିଲୁ ଯେ, କୋଭିଡ ସରିଗଲା ବା ସରିଯିବ। ଟିକା ଆସିଗଲା ପରଠାରୁ ଆମେ ସମସ୍ତେ ଖୁସି ହୋଇଗଲେ। କିନ୍ତୁ ଏପ୍ରିଲ୍‌ ମାସରୁ ଆଉଥରେ ଦ୍ବିତୀୟ ଲହର ଆସିବା ଆରମ୍ଭ ହେଲା। ସାରା ବିଶ୍ବରେ ସ˚କ୍ରମଣ ଯେତିକି ନ ବଢ଼ିଛି ସେ ତୁଳନାରେ ଭାରତରେ ସବୁଠୁ ଅଧିକ ବଢ଼ିଛି। ଯାହାକି ଏବେ ନିୟନ୍ତ୍ରଣ ବାହାରକୁ ଯିବା ସ୍ଥିତି ସୃଷ୍ଟି କରିଛି। ଦିନକୁ ଲଗାତର ଭାବେ ୩ ଲକ୍ଷରୁ ଅଧିକ ସଂକ୍ରମିତ ବାହାରୁଛନ୍ତି। ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ଓଡ଼ିଶାରେ ବର୍ତ୍ତମାନ ଦିନକୁ ୬ ହଜାରରୁ ଅଧିକ ସଂକ୍ରମଣ ମାମଲା ଦେଖା ଦେଉଛି।

ନୂଆ କୋଭିଡ୍‌ରେ ପୂର୍ବାପେକ୍ଷା ଅନେକ ଭିନ୍ନତା ରହିଛି। ୨୦୨୦ରୁ ୨୦୨୧ରେ କଣ ପରିବର୍ତ୍ତନ ହେଉଛି ତାହା ଆମେ ଜାଣିପାରିଛୁ।

ନୂଆ କୋଭିଡ୍‌ରେ ବୟସର କୌଣସି କଟକଣା ନାହିଁ। ପୂର୍ବରୁ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭିଡ୍‌ ହେଉଥିଲା। ଏବେ ଯୁବପିଢ଼ିଙ୍କୁ ବି କରୋନା ହେଲାଣି। ଏପରିକି ୫ ରୁ ୭ବର୍ଷ ବୟସର ପିଲାଙ୍କୁ ମଧ୍ୟ କରୋନା ହେଉଛି।

ଖାଲି କୋଭିଡ୍‌ରେ ରୋଗୀ ଗୁରୁତର ହେଉଛନ୍ତି ତା ନୁହେଁ ରୋଗୀଙ୍କୁ ଅକ୍ସିଜେନ୍‌ର ଆବଶ୍ୟକତା ମଧ୍ୟ ଅଧିକ ରହୁଛି।

କୋଭିଡ୍‌ର ପୂର୍ବପରି କାଶ, ଶ୍ବାସ, କଫ ଲକ୍ଷଣ ଇତ୍ୟାଦି ସହିତ ଏଥର ନୂଆ ଲକ୍ଷଣ ଯୋଡ଼ି ହୋଇଛି। କୌଣସି ଲକ୍ଷଣ ନଥାଇ ରୋଗୀ ଧଇଁସଇଁ ହେବା ଓ ହାଲିଆ ଲାଗିବା ଛଡା ଆଉ ପୂର୍ବ ଲକ୍ଷଣ ଏତେଟା ରହୁନି।

ସିଟି ସ୍କାନ୍‌ରେ ନିମୋନିଆ ଦେଖାଉଛି କିନ୍ତୁ ଆର‌୍‌ଟିପିସିଆର‌୍‌ ରିପୋର୍ଟ ନେଗେଟିଭ୍‌ ଦେଖାଉଛି। ଏହାଦ୍ବାରା ଜଣାପଡ଼ୁଛି କୋଭିଡ୍‌ ସିଧାସଳଖ ଫୁସ୍‌ଫୁସ୍‌କୁ ସ˚କ୍ରମଣ କରୁଛି।

ପୂର୍ବବର୍ଷ ଯେଉଁ ରୋଗୀଙ୍କୁ ଅକ୍ସିଜେନ ଦରକାର ହେଉଥିଲା ତାହା ମିନିଟ୍‌କୁ ୧ରୁ ୨ଲିଟର ଦରକାର ହେଉଥିଲା। ୩ରୁ ୫ ଦିନ ଭିତରେ ସେମାନେ ଭଲ ହେଉଥିଲେ। କିନ୍ତୁ ଏବେ ଅକ୍ସିଜେନ ୫ରୁ ୧୫ ଲିଟର ଦରକାର ହେଉଛି ଏବ˚ ଭେଣ୍ଟିଲେଟର ଆବଶ୍ୟକତା ମଧ୍ୟ ବଢୁଛି।

ଯେଉଁମାନଙ୍କଠାରେ ଡାଇବେଟିସ, ରକ୍ତଚାପ, ହୃଦ୍‌ରୋଗ ରୋଗ ଅଛି ସେମାନଙ୍କଠାରେ କୋଭିଡ୍‌ର ଅଧିକ ଲକ୍ଷଣ ଦେଖାଦେଉଛି। ଗତବର୍ଷ ଯେଉଁମାନଙ୍କର ଏସବୁ ରୋଗ ନଥିଲା ସେମାନଙ୍କଠାରେ କୌଣସି ଅସୁବିଧା ଦେଖା ଦେଉନଥିଲା। କିନ୍ତୁ ଏଥର କୋଭିଡ୍‌ରେ ସେଭଳି କୌଣସି ବାଛବିଚାର ନାହିଁ, ଏହା ପ୍ରକୋପରେ ଯୁବଗୋଷ୍ଠୀ ବି ଗୁରୁତର ହେଉଛନ୍ତି।

ଆମର ଚିକିତ୍ସା ପଦ୍ଧତି ମଧ୍ୟରେ ଗତବର୍ଷ ଅଳ୍ପ କିଛି ବଟିକାରେ ବି ରୋଗୀ ଭଲ ହେଉଥିଲେ। କିନ୍ତୁ ଏଥର ଏପରି ହେଉନାହିଁ। ଶୀଘ୍ର ଚିକିତ୍ସା ଆରମ୍ଭ କଲେ ମଧ୍ୟ ରୋଗୀ ଗୁରୁତର ହେଉଛନ୍ତି ଓ ଅକ୍ସିଜେନ୍‌ ଦରକାର ହେଉଛି।

ଯେଉଁମାନେ ହୋମ୍‌ ଆଇସୋଲେସନ୍‌ରେ ରହୁଛନ୍ତି ସେମାନେ ପ୍ରତି ୬ଘଣ୍ଟାରେ ଥରେ ଶରୀରର ଅକ୍ସିଜେନ୍‌ ଲେଭଲ ଯାଞ୍ଚ କରିବା ଉଚିତ୍‌।

କୋଭିଡ୍‌ ବ୍ୟାପିବାର ମୁଖ୍ୟ କାରଣ ହେଲା ଏହା ନହେବା ପାଇଁ ଯେଉଁ ନିର୍ଦ୍ଦେଶ ଥିଲା ତାହାକୁ ଆମେ ଉଲ୍ଲଂଘନ କଲୁ। ଫଳରେ ଅନାବଶ୍ୟକ ଭିଡ଼ ଜମିଲା। ଟିକା ନେବା ପରେ ଲୋକେ ନିଜକୁ ସୁରକ୍ଷିତ ଭାବୁଛନ୍ତି। ଥରେ କୋଭିଡ୍‌ ହୋଇଥିଲେ ଆଉଥରେ ହେବନି ବୋଲି ଭାବିବା ଭୁଲ୍‌। ଟିକା ନେଲା ପରେ ବି କୋଭିଡ୍‌ ହେଉଛି। ଅଧିକ ନହେଲେ ବି ପ୍ରଭାବିତ କରୁଛି।

ଦ୍ବିତୀୟ ଲହର ହୁଏତ ଆହୁରି ଗୁରୁତର ସ୍ଥିତି ନେଇ ଆସିବ। ତଥାପି ସମସ୍ତେ ଏହାକୁ ନଡ଼ରି କୋଭିଡ୍‌ର ପ୍ରତିରୋଧ ପାଇଁ ଯେଉଁ ନିୟମାବଳୀ ରହିଛି ତହାକୁ ଅନୁପାଳନ କରିବା ଉଚିତ୍‌।

ଓଡ଼ିଶା ବାହାରୁ ଆସୁଥିବା ଲୋକେ ନିଜକୁ ସଙ୍ଗରୋଧରେ ରଖନ୍ତୁ। ନଚେତ୍‌ ନିଜ ପରିବାର ଓ ଅନ୍ୟ ଲୋକଙ୍କୁ ସେମାନେ ସ˚କ୍ରମଣ କରିବେ।

ଯଦି କୌଣସି ଲକ୍ଷଣ ଦେଖାଦେଉଛି ତାହେଲେ ପ୍ରଶାସନ କିମ୍ବା ଡାକ୍ତରଙ୍କୁ ଜଣାନ୍ତୁ ଏବ˚ ଶୀଘ୍ର ଚିକିତ୍ସା ଆରମ୍ଭ କରନ୍ତୁ।

ଆମ ଜୀବନଶୈଳୀ ଭିତରେ କୋଭିଡ୍‌ ଆସିଛି ଓ ଆଗକୁ ମଧ୍ୟ ରହିବ। ତେଣୁ ଜୀବନଶୈଳୀରେ ପରିବର୍ତ୍ତନ କଲେ ଆମେ ଏହାଠୁ ଦୂରେଇ ରହିପାରିବା।

The post ହେଲ୍‌ଥ ଟିପ୍ସ: କୋଭିଡ୍‌ର ଦ୍ୱିତୀୟ ଲହର କାହିଁକି ହେଉଛି ସାଂଘାତିକ? first appeared on Sambad.

from ବିଶେଷ | Sambad https://ift.tt/3aEKhl5

Post a Comment

0 Comments