
ସୁରତ: ଗୁଜୁରାଟର ସୁରତ ସିଭିଲ୍ ହସ୍ପିଟାଲ୍ରେ ଜଣେ କରୋନା ଆକ୍ରାନ୍ତଙ୍କ ଜନ୍ମଦିନ ଉତ୍ସବ ପାଳନ କରାଯାଉଥିବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ସ୍ବାସ୍ଥ୍ୟକର୍ମୀମାନେ ଆକ୍ରାନ୍ତଙ୍କ ଜନ୍ମଦିନ ପାଳନ କରୁଥିବା ବେଳର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛିି ।
ମୁମ୍ବାଇର ଲୋକପ୍ରିୟ ଫଟୋଗ୍ରାଫର ଭାଇରାଲ ଭାୟାନି ତାଙ୍କ ଇନଷ୍ଟାଗ୍ରାମ ପେଜ୍ରେ ଭିଡିଓର ଏକ କ୍ଲିପ୍ ସେୟାର କରିଛନ୍ତି। ଏହି କ୍ଲିପ୍ରେ କୋଭିଡ -୧୯ରେ ପୀଡ଼ିତ ରୋଗୀଙ୍କ ଆତ୍ମବଳ ବଢ଼ାଇବା ପାଇଁ ଡାକ୍ତରଖାନା ୱାର୍ଡରେ ‘ତୁମ୍ ଜିଓ ହାଜାରୋ ସାଲ୍’ ଗୀତରେ ଅନେକ ସ୍ୱାସ୍ଥ୍ୟକର୍ମୀ ତାଳି ମାଳି ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିିଛି।
View this post on Instagram
ଫଟୋଗ୍ରାଫର୍ ଭିଡିଓଟିକୁ ସେୟାର କରି ଲେଖିଛନ୍ତି, ‘ଏହି ଡାକ୍ତରମାନେ ହସ୍ପିଟାଲ୍ରେ କେବଳ ସ୍ବାସ୍ଥ୍ୟ ସେବା ଯୋଗାଉ ନାହାନ୍ତି ବରଂ ରୋଗୀମାନଙ୍କ ଜନ୍ମଦିନ ପାଳନ କରି ତାଙ୍କୁ ଉତ୍ସାହିତ କରୁଛନ୍ତି। ଏହି ଦୃଶ୍ୟ ହେଉଛି ସୁରତ ସିଭିଲ୍ ହସ୍ପିଟାଲ୍ର।’
The post କେବଳ ସ୍ବାସ୍ଥ୍ୟ ସେବା ପାଇଁ ନୁହେଁ, କରୋନା ଆକ୍ରାନ୍ତଙ୍କ ଜନ୍ମଦିନ ମନାଇ ଚର୍ଚ୍ଚାରେ ଏହି ହସ୍ପିଟାଲ୍ର ସ୍ବାସ୍ଥ୍ୟକର୍ମୀ first appeared on Sambad.from ବିଶେଷ | Sambad https://ift.tt/2QuCTSz
0 Comments