
ନୂଆଦିଲ୍ଳୀ: ଗତବର୍ଷ କରୋନା ଭାଇରସର ପ୍ରଥମ ଲହରରେ ଶିଶୁ ଓ ଯୁବପିଢ଼ି ବିଶେଷ ଭାବେ ପ୍ରଭାବିତ ହୋଇନଥିବା ବେଳେ ଦ୍ବିତୀୟ ଲହରରେ କିନ୍ତୁ ଓଲଟା ଘଟିଛି। କରୋନାର ଦ୍ବିତୀୟ ଲହରରେ ଶିଶୁ ଓ ଯୁବକମାନେ ବିଶେଷ ପ୍ରଭାବିତ ହେଉଛନ୍ତି। ଚଳିତବର୍ଷ ୧୦ ବର୍ଷରୁ ଊର୍ଧ୍ବ ବୟସ୍କ କିଶୋରମାନେ ବହୁ ସଂଖ୍ୟକ କରୋନା ଭାଇରସ୍ର ଶିକାର ହେଉଛନ୍ତି। ୧ରୁ ୮ ବର୍ଷ ମଧ୍ୟରେ ବି କେତେ ଶିଶୁ କରୋନା ଆକ୍ରାନ୍ତ ହେଉଥିବା ସୂଚନା ରହିଛି, ଯଦିଓ ଅଧିକାଂଶଙ୍କ ମଧ୍ୟରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଛି।
ଯେହେତୁ ଶିଶୁମାନଙ୍କ ପାଇଁ କରୋନା ଟିକା ଏଯାଏ ବାହାରିନି, ସତର୍କତା ଅବଲମ୍ବନ କରିବା ହିଁ ଏବେ ଏକମାତ୍ର ବିକଳ୍ପ ହୋଇପଡ଼ିଛି। ଆପଣ ଜାଣନ୍ତି କି ଆପଣଙ୍କ ପିଲାଙ୍କୁ କରୋନା ହୋଇଥାଇପାରେ ବୋଲି ଜାଣିବେ କିପରି? କେବଳ ଶ୍ବାସକ୍ରିୟାରେ ସମସ୍ୟା ନୁହେଁ, କରୋନାର ଆହୁରି ଅନେକ ଲକ୍ଷଣ ରହିଛି। ଜ୍ବର ହେବା, କାଶ ହେବା, ଗନ୍ଧ ବାରି ନପାରିବା, ଗଳା ଦରଜ ଆଦି କରୋନାର ଲକ୍ଷଣ। ଆପଣଙ୍କ ପିଲାଙ୍କ ମଧ୍ୟରେ ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
The post କରୋନାର ଦ୍ବିତୀୟ ଲହରରେ ଶିଶୁ ଓ ଯୁବକ ବେଶି ପ୍ରଭାବିତ, ଆପଣଙ୍କ ପିଲାଙ୍କ ଭିତରେ ଏସବୁ ଲକ୍ଷଣ ନାହିଁ ତ ? first appeared on Sambad.from ବିଶେଷ | Sambad https://ift.tt/2S0cegT
0 Comments