ସ୍ତ୍ରୀଙ୍କୁ କର୍କଟରୁ ଭଲ କରିବା ପାଇଁ ୧୭ବର୍ଷ ଧରି ଭାଓଲିନ ବଜାଇ ଅର୍ଥ ସଂଗ୍ରହ କରୁଛନ୍ତି ସ୍ବପନ

ନୂଆଦିଲ୍ଲୀ: ସମୟସମୟରେ ଖବର ଆସିଥାଏ କି ସ୍ବାମୀ ସ୍ତ୍ରୀ ସମ୍ମୁଖରେ ନିଜର ଭଲ ପାଇବା ଜାହିର କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ଏଭଳି କ୍ରମରେ ପଶ୍ଚିମବଙ୍ଗ ବାସିନ୍ଦା ସ୍ବପନ ସେଠ୍ ଭଲପାଇବାର ନୂତନ ପରିଭାଷା ସୃଷ୍ଟି କରିଛନ୍ତି।

ସ୍ବପନ ସେଠ ୨୦୦୨ ମସିହାରେ ଯେତେବେଳେ ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ କର୍କଟ ପୀଡିତା, ସେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ। କ’ଣ କରିବେ କିଛି ବୁଝି ପାରି ନ ଥି‌ଲେ। ଏହାପରେ ନିଜକୁ ଦୃଢ଼ କରି ସ୍ତ୍ରୀଙ୍କୁ କିପରି ବଞ୍ଚାଇବେ ସେ ଚିନ୍ତାରେ କରିଥିଲେ। ଯେମିତି ବି ହେଲେ  ଅର୍ଥ ରୋଜଗାର କରିବାକୁ ପଡ଼ିବ ବୋଲି ସ୍ବପନ ସ୍ଥିର କରିଥିଲେ।

ସ୍ବପନ ଭଲ ଭାଓଲିନ ବଜାନ୍ତି। ତେବେ ଭାଓଲିନ ବଜାଇ ଅର୍ଥ ରୋଜଗାର କରିବା ପାଇଁ ଅଣ୍ଟା‌ ଭିଡିଥିଲେ। ତାଙ୍କର ଏହି ନିଶାକୁ ପେସାରେ ବଦଳାଇ ଦେଲେ ସେ । ଶେଷର ସ୍ବପନ କଲିକତାର ରାସ୍ତାରେ ଭାଓଲିନ ବଜାଇବା ଆରମ୍ଭ କରିଥିଲେ।

ଏବେ ସେ ଦେଶର ଭିନ୍ନଭିନ୍ନ ଅଞ୍ଚଳକୁ ଯାଇ ଭାଓଲିନ ବଜାଇ ସ୍ତ୍ରୀର ଚିକିତ୍ସା ଲାଗି ଟଙ୍କା‌ ଏକାଠି କରୁଛନ୍ତି। ତେବେ ସ୍ବପନ ଏପରି ଦୀର୍ଘ ୧୭ବର୍ଷ ଧରି କରି ଆସୁଛନ୍ତି। ଭାଓଲିନ ବଜାଇ ଯେତିକି ଅର୍ଥ ସେ ଏକାଠି କରୁଛନ୍ତି ସ୍ତ୍ରୀଙ୍କ କର୍କଟ ଚିକିତ୍ସା ପାଇଁ ଖର୍ଚ୍ଚ କରି ଦେଇଥାଆନ୍ତି।  ସ୍ବପନ ଜୀବନସାଥୀଙ୍କ ଦୁଃଖରସାଥୀ ହୋଇ ଯେପରି  ଜୀବନ ଜିଉଁଛନ୍ତି ତାହା ସମାଜ ପାଇଁ ଏକ ପ୍ରେରଣା ସୃଷ୍ଟି କରିଛି।

The post ସ୍ତ୍ରୀଙ୍କୁ କର୍କଟରୁ ଭଲ କରିବା ପାଇଁ ୧୭ବର୍ଷ ଧରି ଭାଓଲିନ ବଜାଇ ଅର୍ଥ ସଂଗ୍ରହ କରୁଛନ୍ତି ସ୍ବପନ first appeared on Sambad.

from ବିଶେଷ | Sambad https://ift.tt/2Qujn8u

Post a Comment

0 Comments