ହେଲ୍‌ଥ ଟିପ୍ସ: ୯୦% ରୋଗୀ ଘରେ ଠିକ୍‌ ହୋଇପାରିବେ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଅତି ଉଦ୍‌ବେଜନକ ସ୍ଥିତିରେ ଥିବା ବେଳେ ଆଜି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ, ମେଦାନ୍ତର ଅଧ୍ୟକ୍ଷ ଡ. ନରେଶ ତ୍ରେହାନ ଏବଂ ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ ଡ. ସୁନୀଲ କୁମାର ଏକ ଭର୍ଚୁଆଲ ସମ୍ମିଳନୀରେ ଜନସାଧାରଣଙ୍କୁ କେତେକ ଜରୁରୀ ପରାମର୍ଶ ପ୍ରଦାନ କରିଛନ୍ତି।

youtube.com

କରୋନା ପଜିଟିଭ୍‌ ଚିହ୍ନଟ ହେବାମାତ୍ରେ ଠିକ୍‌ ସମୟରେ ଔଷଧ ଗ୍ରହଣ କରିବା ଆରମ୍ଭ କଲେ ୯୦ ପ୍ରତିଶତ ରୋଗୀ ଘରେ ହିଁ ଠିକ୍‌ ହୋଇପାରିବେ ବୋଲି ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନ କହିଛନ୍ତି। ପଜିଟିଭ୍‌ ଥିବା ଜଣା ପଡ଼ିଲେ ତତ୍କାଳ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ହେବ ଏବଂ ସେହି ଆଧାରରେ ଚିକିତ୍ସା ଆରମ୍ଭ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଭାରତରେ ପ୍ରଚୁର ଅକ୍ସିଜେନ୍‌ ଉତ୍ପାଦନ କ୍ଷମତା ରହିଛି ଏବଂ ଏହାର ସୁପରିଚାଳନା ହେଲେ କୌଣସି ସ୍ଥାନରେ ବି ଅକ୍ସିଜେନ୍‌ ସଙ୍କଟ ଦେଖାଦେବ ନାହିଁ। ଆଗାମୀ ସପ୍ତାହକ ଭିତରେ ଅକ୍ସିଜେନ୍‌ ସଙ୍କଟ ସଂପୂର୍ଣ୍ଣ ଦୂର ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

India Today

ଲୋକେ ଘରେ ଅକ୍ସିଜେନ୍‌ ସିଲିଣ୍ଡର ରଖନ୍ତୁ ନାହିଁ: ଡ. ଗୁଲେରିଆ
ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି ଯେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ଲାଗି ରହିଛି। ଅନେକ ଲୋକ ଘରେ ଇଂଜେକ୍ସନ, ସିଲିଣ୍ଡର ରଖିବା ଆରମ୍ଭ କରିଦେଇଛନ୍ତି। ଏଥି ଯୋଗୁଁ ଅକ୍ସିଜେନ୍‌ ଅଭାବ ଦେଖିବାକୁ ମିଳୁଛି। ୮୫ରୁ ୯୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ କରୋନାର ମାମୁଲି ପ୍ରଭାବ ରହୁଛି ଏବଂ ଜ୍ଜର, ଥଣ୍ଡା ପରେ କରୋନା ଭଲ ହେଉଛି। ଏଭଳି ସ୍ଥିତିରେ ଲୋକେ ଘରେ ରେମ୍‌ଡେସ୍‌ଭିର ଏବଂ ଅକ୍ସିଜେନ୍‌ ମହଜୁଦ୍‌ ରଖିବା କୌଣସି ଆବଶ୍ୟକ ନାହିଁ ବୋଲି ଡ. ଗୁଲେରିଆ କହିଛନ୍ତି।

medicaldialogues.in

ଭାରତ ସରକାର ନିଷ୍ଠାର ସହ କର୍ତ୍ତବ୍ୟ ସଂପାଦନ କରୁଛନ୍ତି. ଡ. ସୁନୀଲ କୁମାର
ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡ. ସୁନୀଲ କୁମାର କହିଛନ୍ତି , କରୋନାକୁ ନେଇ ବିଭିନ୍ନ ବିଭ୍ରାନ୍ତିକର ଖବରର ବନ୍ୟା ଛୁଟିଛି ଏବଂ ଜନସାଧାରଣ ଏଥିପ୍ରତି ଅଧିକ ଧ୍ୟାନ ଦେବା ଉଚିତ ନୁହେଁ। କରୋନାକୁ ନେଇ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହ ଦାୟିତ୍ବସଂପନ୍ନ ହୋଇ କାମ କରିବାକୁ ହେବ। ଟିକାକୁ ନେଇ ନାନା ମିଥ୍ୟା ପ୍ରଚାର ଚାଲିଛି ଏବଂ ଏଥିପ୍ରତି ଆଦୌ ଧ୍ୟାନ ନଦେଇ ସଠିକ୍‌ ତଥ୍ୟ ଉପରେ ଭରସା ରଖିବାକୁ ହେବ ବୋଲି ସେ କହିଛନ୍ତି। ଭାରତ ସରକାର କରୋନା ମୁକାବିଲା କ୍ଷେତ୍ରରେ ନିଷ୍ଠାର ସହ କର୍ତ୍ତବ୍ୟ ସଂପାନଦାନ କରୁଛନ୍ତି ଏବଂ ଜନସାଧାରଣ ସରକାରଙ୍କ ଉପରେ ବିଶ୍ବାସ ରଖିବାକୁ ହେବ ବୋଲି ସେ କହିଛନ୍ତି।

The post ହେଲ୍‌ଥ ଟିପ୍ସ: ୯୦% ରୋଗୀ ଘରେ ଠିକ୍‌ ହୋଇପାରିବେ first appeared on Sambad.

from ବିଶେଷ | Sambad https://ift.tt/3dQhT1l

Post a Comment

0 Comments