
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି ଛୋଟପିଲାମାନଙ୍କ ଅନେକ ମଜାଳିଆ ଭିଡିଓ ପୋଷ୍ଟ ହୋଇଥାଏ। ଯାହାକୁ ଦେଖିବା ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀ ପସନ୍ଦ ବି କରିଥାଆନ୍ତି। ନିକଟରେ ଏକ ବିଲେଇର କୌତୁକିଆ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ଦେଖି ଆପଣ ବି ହସିହସି ବେଦମ ହୋଇଯିବେ।
ଟୁଇଟରରେ ଏକ ବିଲେଇ ନିଜର ଫିଟନେସ ପାଇଁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ସେ ଏକ କାର ପଛପଟେ ଶୋଇପଡ଼ିଛି। ଆଉ କାର ପଛକୁ ଗୋଡ଼ ଦେଇ ବେକକୁ ତଳ ଉପର କରୁଛି। ସାଧାରଣତଃ ଏପରି ବ୍ୟାୟାମ ପେଟରୁ ଚର୍ବି ହ୍ରାସ କରିବା ପାଇଁ କରାଯାଇଥାଏ।
Fitness freak… pic.twitter.com/ZTaeDe2Lkz
— Susanta Nanda IFS (@susantananda3) March 29, 2021
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ସେୟାର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, ଫିଟନେସ ଫ୍ରାକ…।’ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଏହି ଭଡିଓକୁ ଲୋକମାନେ ବରମ୍ବାର ଦେଖୁଛନ୍ତୁ ଓ ପସନ୍ଦ ବି କରୁଛନ୍ତି।
The post ଓଜନ ହ୍ରାସ କଲା ଭଳି ବିଲେଇ ଦେଖନ୍ତୁ କେମିତି କରୁଛି ବ୍ୟାୟାମ first appeared on Sambad.
from ବିଶେଷ | Sambad https://ift.tt/3sCGUSM
0 Comments