
ପାଠକେ ଫଟୋରେ ଦେଖୁଥିବା ଏହି ଦୁର୍ଗଟି ଅଛି ଜର୍ମାନିର ମାରିଏନ୍ବର୍ଗ୍ରେ। ଏହାର ମୂଲ୍ୟ ଅନ୍ୟୂନ ହଜାରେ କୋଟି ୟୁରୋ ହେବ! ତେବେ, ରାଜକୁମାର ଏନ୍ସଟ ଅଗସ୍ଟ କନିଷ୍ଠ ଏହାକୁ ମାତ୍ର ଏକ ୟୁରୋ(ଭାରତୀୟ ମୁଦ୍ରାରେ ପ୍ରାୟ ୮୭ ଟଙ୍କା)ରେ ଜର୍ମାନ୍ ସରକାରକୁ ବିକିଦେଇଛନ୍ତି। ହାନୋଭର୍ର ପ୍ରିନ୍ସ ଏନ୍ସଟ ଅଗସ୍ଟ ବରିଷ୍ଠ ହେଉଛନ୍ତି ଏହାର ପ୍ରକୃତ ମାଲିକ। ଏହା ତାଙ୍କର ପାରିବାରିକ ଦୁର୍ଗିକୃତ ଭବ୍ୟ ରାଜ-ପ୍ରାସାଦ। ଉତ୍ତରାଧିକାର ସୂତ୍ରରେ ସେ ଏହା ହାସଲ କରିଥିଲେ ଏବ˚ ୨୦୦୪ରେ ନିଜ ପୁତ୍ରଙ୍କୁ ଉପହାର ଭାବେ ଦେଇଥିଲେ। ଏବେ ପୁତ୍ର ଏହାକୁ ନାମ ମାତ୍ର ମୂଲ୍ୟରେ ବିକିଦେଇଥିବାରୁ ସେ କ୍ରୋଧିତ ହୋଇ ସ୍ଥାନୀୟ ଅଦାଲତରେ ଏକ ମାମଲା ଦାଏର କରିଛନ୍ତି।
ଉପହାର ସୂତ୍ରରେ ପାଇଥିବା ପ୍ରାସାଦକୁ ଅଗସ୍ଟ କନିଷ୍ଠ ଆଇନତଃ ବିକ୍ରିକରିପାରିବେନାହିଁ ବୋଲି ଆବେଦନରେ ଦର୍ଶଯାଇଛି। ମାମଲାର ଶୁଣାଣି ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଅଗସ୍ଟ କନିଷ୍ଠଙ୍କ ସୂତ୍ରରୁ ପ୍ରକାଶ ଯେ, ୧୩୫ଟି କୋଠରି ଥିବା ପ୍ରାସାଦଟି ଊନବି˚ଶ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଏହାର ରକ୍ଷଣାବେକ୍ଷଣ ବ୍ୟୟ ତୁଲାଇବାକୁ ସେ ଅକ୍ଷମ। ତେଣୁ, ସରକାର ହାତରେ ଦେଇ ସେ ଏକ ରାଷ୍ଟ୍ରୀୟ କର୍ତ୍ତବ୍ୟ ପାଳନ କରିଛନ୍ତି।
The post ୮୭ ଟଙ୍କାରେ ଦୁର୍ଗ ବିକ୍ରି! first appeared on Sambad.
from ବିଶେଷ – Sambad https://ift.tt/3qaruDj
0 Comments