
ବାଇକାଲ୍ ହ୍ରଦରେ ଶୀତଦିନେ ଏକ ବିରଳ ଓ ବିଚିତ୍ର ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳେ। ବିଜ୍ଞାନୀମାନେ ଏହି ପ୍ରାକୃତିକ ପରିଘଟନାକୁ ‘ବାଇକାଲ୍ ଜେନ୍’ କହନ୍ତି। ହ୍ରଦର ଜଳ ଶୀତଦିନେ ବରଫ ପାଲଟିଯିବା ସହ ପାଣି ତଳେ ପଡ଼ିଥିବା କିଛି ବାଲିଗରଡ଼ା ଉପରକୁ ଉଠିଆସେ। ସେଗୁଡ଼ିକ ବରଫ ଉପରେ ଥୁଆହୋଇଥିବା ଭଳି ଦିଶେ। ହ୍ରଦର ଯେଉଁ ଅ˚ଶରେ ଜଳ ସ˚ପୂର୍ଣ୍ଣ ବରଫ ପାଲଟି ନ ଥାଏ, ସେଠାରେ ଭାସୁଥିବା ଭଳି ଦିଶେ। ଏହି ବିଚିତ୍ର ଦୃଶ୍ୟ ଦେଖିବାକୁ ବହୁ ସ˚ଖ୍ୟକ ପର୍ଯ୍ୟଟକ ଆସନ୍ତି। ନିର୍ଦିଷ୍ଟ ଭାବେ କେଉଁ କାରଣରୁ ଏହା ଘଟୁଛି, ଏହାର ସଠିକ୍ ଉତ୍ତର ଏପରିକି ବିଜ୍ଞାନୀଙ୍କ ପାଖରେ ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ବାଇକାଲ୍ ବିଶ୍ବର ବୃହତ୍ତମ, ଗଭୀରତମ ଓ ପୁରାତନ ମଧୁର ଜଳ ହ୍ରଦ ଏବଂ ଏଠାରେ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ପ୍ରାକୃତିକ ପରିଘଟନା ଦୃଶ୍ୟ ହୁଏ। ତନ୍ମଧ୍ୟରୁ ଅନେକ ଏ ପର୍ଯ୍ୟନ୍ତ ବିଜ୍ଞାନୀଙ୍କୁ ଚକିତ କରିଚାଲିଛି।
The post ବାଇକାଲ୍ର ବିଚିତ୍ର ବାଲିଗରଡ଼ା first appeared on Sambad.
from ବିଶେଷ – Sambad https://ift.tt/3sEI2Vt
0 Comments