ସ୍ବାମୀଙ୍କ ମୃତ୍ୟୁ ପରେ ଭାଙ୍ଗିପଡ଼ିଥିଲେ ଶିକ୍ଷୟିତ୍ରୀ, ଛାତ୍ରଙ୍କ ଗୋଟିଏ ଚିଠି ସବୁକିଛି ବଦଳାଇ ଦେଲା

ନୂଆଦିଲ୍ଲୀ: ସ୍ତ୍ରୀ ପାଇଁ ତାର ସ୍ବାମୀ ସବୁକିଛି ହୋଇଥାଏ। ସ୍ବାମୀକୁ ନେଇ ସ୍ତ୍ରୀ ଗର୍ବ ଅନୁଭବ କରିଥାଏ। କିନ୍ତୁ ଯଦି ଦୁର୍ଭାଗ୍ୟବଶତଃ ଅଧା ରାସ୍ତାରେ  ସ୍ବାମୀ ସ୍ତ୍ରୀର ହାତଛାଡ଼ି ଚାଲିଯାଏ ‌ତେବେ ସେ ସ୍ତ୍ରୀ ଏକପ୍ରକାର ଜିଅନ୍ତା ଶବ ପାଲଟି ଯାଏ। ଯେମିତି କି ତାର ଜୀବନର ସବୁ କିଛି ସେଇଠି ହିଁ ସମାପ୍ତ ହୋଇଗଲା।

ସ୍ବାମୀ ବିନା ସ୍ତ୍ରୀ ଗୋଟିଏ ବି ପାଦ ଆଗେଇବାକୁ ସାହସ କରି ପାରେ ନାହିଁ। ଏମିତି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଜଣେ ଶିକ୍ଷୟିତ୍ରୀ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ପାଗଳପ୍ରାୟ ହୋଇଯାଇଥିଲେ। କିନ୍ତୁ ଏଭଳି ସମୟରେ ଜଣେ ଛାତ୍ର ଲେଖିଥିବା ଏକ ଚିଠି ଶିକ୍ଷୟିତ୍ରୀଙ୍କ ମନକୁ ପରିବର୍ତ୍ତନ କରି ଦେଇଥିଲା।

ଆମେରିକାର ମାସାଚୁଟସରେ ଜଣେ ଶିକ୍ଷୟିତ୍ରୀ ନିଜର ସ୍ବାମୀଙ୍କୁ ହରାଇବା ପରେ ପୁରାପୁରି ଭାଙ୍ଗି ପଡ଼ିଥିଲେ। ସେ ସର୍ବଦା ଏକା ରହିବାକୁ ଚାହୁଁଥିଲେ। ଏଭଳି ସମୟରେ ଉକ୍ତ ଶିକ୍ଷୟିତ୍ରୀଙ୍କ ଜଣେ ଛାତ୍ର ତାଙ୍କ ପାଖକୁ ଭାବନାତ୍ମକ ଚିଠି ପଠାଇଥିଲେ।

ଯେଉଁଥିରେ ଲେଖାଥିଲେ କି,‘ପ୍ରିୟ ଶ୍ରୀମତୀ ମିଲନର, ଆପଣଙ୍କ ସହିତ ଘଟିଥିବା ଘଟଣାକୁ ନେଇ ମୁଁ ଦୁଃଖୀ । ହୋଇପାରେ କି ଆପଣ ଶ୍ରୀଯୁକ୍ତ ମିଲନରଙ୍କୁ ଦେଖିପାରିବେ ନାହିଁ। ହେଲେ ଆପଣ ଜାଣି ରଖିବା ଉଚିତ କି ଆପଣ ଦୁହିଁଙ୍କ ଦୃହୟକୁ ଯୋଡ଼ିବା ପାଇଁ ଏକ ଡୋର ସର୍ବଦା ରହିବ। ଆଶା କରୁଛି କି ଆପଣ ଶୀଘ୍ର ନିଜକୁ ସ୍ବାଭାବିକ ଅନୁଭବ କରିବେ।’

पति की मौत से सदमे में थी टीचर

ଚିଠିରେ ଛାତ୍ର ଜଣକ ଦୁଇଟି ଚିତ୍ର ଆଙ୍କିଥିଲେ। ଯେଉଁଥିରେ ଦେଖିବାକୁ ମିଳିଥିଲା କି ଶିକ୍ଷୟିତ୍ରୀ ମିଲନର ଆକାଶକୁ ଦେଖୁଛନ୍ତି। ଆଉ ଆକାଶରୁ ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କ ଚିତ୍ରରୁ ଏକ ରଶି ଆସି ଶ୍ରୀମତୀ ମିଲନରଙ୍କ ଚିତ୍ର ସହିତ ଯୋଡ଼ି ହୋଇଛି। ଏହାକୁ ଦେଖି ମିଲନର ଭୋଭୋ ହୋଇ କାନ୍ଦି ଉଠିଥିଲେ।

ମୋଲିସା ମିଲନର ଏହି ଚିଠିର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ମୋର ସ୍ବାମୀଙ୍କ ଅଚାନକ ମୃତ୍ୟୁକୁ ନେଇ ମୁଁ ବହୁତ ଭାଙ୍ଗି ପଡ଼ିଥିଲି। କିନ୍ତୁ ଛାତ୍ର ପଠାଇଥିବା ଏହି ଚିଠି ମୋତେ ସ୍ବାଭାବିକ କରି ଦେଲା। କଷ୍ଟ ସାମାନ୍ୟ କମି ଯାଇଛି।

The post ସ୍ବାମୀଙ୍କ ମୃତ୍ୟୁ ପରେ ଭାଙ୍ଗିପଡ଼ିଥିଲେ ଶିକ୍ଷୟିତ୍ରୀ, ଛାତ୍ରଙ୍କ ଗୋଟିଏ ଚିଠି ସବୁକିଛି ବଦଳାଇ ଦେଲା first appeared on Sambad.



from ବିଶେଷ – Sambad https://ift.tt/3sHHQox

Post a Comment

0 Comments