ମଝି ଆକାଶରେ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଦ୍ବାର ଖୋଲିବାକୁ ଚେଷ୍ଟା ‌କଲେ ଯାତ୍ରୀ, ତା’ପରେ…

ନୂଆଦିଲ୍ଲୀ: ମଝି ଆକାଶରେ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଦ୍ବାର ଖୋଲିବାକୁ ଉଦ୍ୟମ ହେବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିମାନ ଉଡ଼ାଣ ଭରିବା ପରେ ହଠାତ  ଜଣେ ଯାତ୍ରୀ ବସିଥିବା ସ୍ଥାନରୁ ଉଠିଯାଇ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଖୋଲିବାକୁ ଚେଷ୍ଟା ‌କରିଥିଲେ। ଏଭଳି କରିବା ଦେଖି ବିମାନର କ୍ରୁ ସଦସ୍ୟ ତାଙ୍କୁ ଅଟକାଇବା ପାଇଁ ଉଦ୍ୟମ  କଲେ। ହେଲେ ଯାତ୍ରୀଜଣକ ନ ମାନିବାରୁ ବିମାନରେ ଥିବା ଅନ୍ୟ ଯାତ୍ରୀଙ୍କ ସହାୟତାରେ କ୍ରୁ ସଦସ୍ୟ ତାଙ୍କୁ ନିୟନ୍ତ୍ରଣକୁ ଆଣିଥିଲେ। ବିମାନଟି ଦିଲ୍ଲୀରୁ ବାରଣାସୀ ଯାଉଥିଲା ବୋଲି ଜଣାପଡ଼ିଛି।

Passenger onboard Delhi-Varanasi flight tries to open emergency exit mid-air; restrained
Mint

ମିଳିଥିବା ସୂଚନା ମୁତାବକ, ଗତକାଲି ଦିଲ୍ଲୀରୁ ବାରଣାସୀ ଯାଉଥିବା ବିମାନରେ ଏହି ଘଟଣା ଘଟିଥିଲା। ସ୍ପାଇସଜେଟ୍ ବିମାନ ଏସଜି-୨୦୦୩ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ। ଏ ବିଷୟରେ ଜାଣିବା ପରେ ପ୍ରାଥମିକ ଅବତରଣ ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ (ଏଟିସି)କୁ ଅନୁରୋଧ କରିବାକୁ କ୍ରୁ ସଦସ୍ୟ ତୁରନ୍ତ କ୍ୟାପଟେନଙ୍କୁ ସୂଚନା ଦେଇଥିଲେ। ଏହା ପରେ ବିମାନଟି ବାରଣାସୀରେ ଅବତରଣ କରିବା ସହ ଅଭିଯୁକ୍ତ ଯାତ୍ରୀକୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା।

The post ମଝି ଆକାଶରେ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଦ୍ବାର ଖୋଲିବାକୁ ଚେଷ୍ଟା ‌କଲେ ଯାତ୍ରୀ, ତା’ପରେ… first appeared on Sambad.

from ବିଶେଷ | Sambad https://ift.tt/3difDi9

Post a Comment

0 Comments