
ମହୀଶୁର: କର୍ଣ୍ଣାଟକର ମହୀଶୂରରେ ବିବାହ ପାଇଁ ପାତ୍ର ଖୋଜିବା ଲାଗି ଛପା ଯାଇଥିବା ଏକ ବିଜ୍ଞାପନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଠାରେ ଜଣେ ୭୩ ବର୍ଷୀୟ ମହିଳା ନିଜ ବିବାହ ଲାଗି ବିଜ୍ଞାପନ ଦେଇଛନ୍ତି। ବିଜ୍ଞାପନ ଦେଇଥିବା ମହିଳା ଜଣକ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ସେ ଏକୁଟିଆ ରହୁଛନ୍ତି। ସେଥିପାଇଁ ଜଣେ ଲାଇଫ୍ ପାର୍ଟନର ଚାହୁଁଛନ୍ତି।
ଏହି ବିଜ୍ଞାପନକୁ ନେଇ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କହିଛନ୍ତି, ମୋର ଛାଡ଼ପତ୍ର ହୋଇଥିବା ବେଳେ ବାପା ଓ ମା’ଙ୍କର ଦେହାନ୍ତ ହୋଇସାରିଛି। ମୁଁ ଏକୁଟିଆ ରହୁଛି। ମୋର ସମ୍ପର୍କୀୟମାନଙ୍କ ମଧ୍ୟରୁ କେହି ବି ମୋ ପାଖରେ ନାହାନ୍ତି। ବହୁତ କଷ୍ଟ ହେଉଛି ତେଣୁ ଜୀବନର ବାକି ଦିନଗୁଡ଼ିକୁ କାଟିବା ପାଇଁ ମୁଁ ଜଣେ ଜୀବନସାଥୀ ଲୋଡୁଛି।

ମହିଳା ଜଣଙ୍କ ବିଜ୍ଞାପନରେ ଲେଖିଛନ୍ତି ଯେ ତାଙ୍କ ବୟସ ୭୩ ବର୍ଷ। ସେ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ। ଜାତିରେ ସେ ବ୍ରାହ୍ମଣ। ସେ ତାଙ୍କଠୁ ବୟସରେ ବଡ଼ ଓ ସୁସ୍ଥ ଥିବା ଜୀବନସାଥୀଟିଏ ଖୋଜୁଛନ୍ତି। ଏଥିସହ ସେ ବ୍ରାହ୍ମଣ ଜାତିରୁ ହୋଇଥିବା ଦରକାର ବୋଲି ମହିଳା ଜଣଙ୍କ ବିଜ୍ଞାପନରେ ଉଲ୍ଲେଖ କରିଛନ୍ତି।
The post ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜୀବନସାଥୀ ବାଛିବା ପାଇଁ ମାଟ୍ରିମୋନିଆଲରେ ଦେଲେ ବିଜ୍ଞାପନ first appeared on Sambad.from ବିଶେଷ | Sambad https://ift.tt/2P5c3zP
0 Comments