ଦିଲ୍ଲୀ ପୁଲିସ ନିଆରା ଶୈଳୀରେ ବୁଝାଇଲା ମାସ୍କର ମହତ୍ତ୍ବ

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ଆସିଯାଇଥିବା ବେଳେ ଏହାର ପ୍ରଥମ ଡୋଜ ଲୋକଙ୍କୁ ଦେବା ଅଭିଯାନ ଜାରି ରହିଛି। ଏହାର ଅର୍ଥ ନୁହେଁ ଯେ ମାହାମାରୀ ଶେଷ ହୋଇଯାଇଛି। ଦେଖିବାକୁ ଗଲେ ମହାରାଷ୍ଟ୍ରରେ ଗତ ସୋମବାର କରୋନାଭାଇରସର ୫,୧୨୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ଦିଲ୍ଲୀରେ କୋଭିଡ-୧୯ରେ ୩୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହି କ୍ରମରେ ସହରର ପୁଲିସ ନିଜନିଜ ଶୈଳୀରେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଉପାୟ ଆପଣାଉଛନ୍ତି।

ଗତକିଛି ଦିନ ହେବ ସୋସିଆଲ ମିଡିଆରେ ପାକିସ୍ତାନୀ ବ୍ଲଗର ଦାନାବୀର ମୁବୀନ ‘ପାୱରୀ ହୋ ରହି ହୈ’ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀ ପୁଲିସ ବି ଏହାକୁ ଆଧାର କରି ଲୋକମାନଙ୍କୁ ମାସ୍କ ପିନ୍ଧିବାର ମହତ୍ତ୍ବ ବୁଝାଉଛି।

ସେଣ୍ଟ୍ରାଲ ଦିଲ୍ଲୀର ଡିସିପି ନିଜ ଟୁଇଟ ଆକାଉଣ୍ଟରେ ଏକ କାର୍ଟୁନ ସେୟାର କରିଛନ୍ତି। ଏହି କାର୍ଟୁନ କରୋନା ଭାଇରସକୁ ଧ୍ୟାନରେ ରଖି ଡିଜାଇନ କରାଯାଇଛି। ଏଥିରେ ଭାଇରସକୁ କାର୍ଟୁନ ଭାବେ ଦର୍ଶାଯାଇଛି।

କାର୍ଟୁନର ଆରମ୍ଭ କରୋନା ଭାଇରସର ଇଣ୍ଟ୍ରୋଡକସନ ସହିତ ହୋଇଛି। ଯେଉଁଥିରେ ଲେଖା ହୋଇଛି, ଇଏ ହେଉଛୁ ଆମେ। ପୁଣି କରୋନାର ୩ କାର୍ଟୁନ ସହିତ ଲେଖା ହୋଇଛି, ଇଏ ଆମର ମ୍ୟୁଟେସନ୍ସ। ଶେଷରେ କିଛିଲୋକଙ୍କ ସ୍କେଚ ସହିତ ଲେଖା ହୋଇଛି, ‘ଇଏ ହମାରୀ ପାୱରୀ ହୋ ରହି ହୈ’।

ଏହି ଫଟୋ ସହିତ ଡିସିପି କ୍ୟାପସନରେ ଲେଖିଛନ୍ତି, କୋଭିଡ-୧୯ ସଂକ୍ରମଣକୁ ରୋକିବା ସହିତ ନିଜକୁ ବଞ୍ଚାଇବା ପାଇଁ ମାସ୍କ ଜରୁରୀ, ନିଶ୍ଚୟ ପିନ୍ଧନ୍ତୁ। ସାଧାରଣଲୋକ ଦିଲ୍ଲୀ ପୁଲିସର ଏହି ସ୍ବତନ୍ତ୍ରଶୈଳୀକୁ ବହୁତ ପସନ୍ଦ କରୁଛନ୍ତି।

The post ଦିଲ୍ଲୀ ପୁଲିସ ନିଆରା ଶୈଳୀରେ ବୁଝାଇଲା ମାସ୍କର ମହତ୍ତ୍ବ first appeared on Sambad.

from ବିଶେଷ | Sambad https://ift.tt/3vWk3Uo

Post a Comment

0 Comments